ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ମିଳୁ:ଏମଏଏସଏମ

ବ୍ରହ୍ମପୁର,(ଅନିଲ କୁମାର): ସମସ୍ତଙ୍କୁ ସମାନ ଓ ଯଥାର୍ଥ ନ୍ୟାୟ ପ୍ରଦାନ ବ୍ୟବସ୍ଥା, ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ,
ଲଳିତ କୁମାରକୁ ତୁରନ୍ତ ଗିରିଫ, ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା, ଛେପ ପକାଇ ଜୋତା ଚଟେଇବା, ଜୀବନରେ ମାରିଦେବା ଧମକ, ଅପମାନିତ କରିବା, ନିର୍ଯ୍ୟାତନା ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ଲଳିତ କୁମାରକୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା,ନ୍ୟାୟିକ ପ୍ରକ୍ରିୟା ପ୍ରଭାବିତ ନ ହେବା ପାଇଁ ରାଜ୍ୟପାଳଙ୍କୁ ତାଙ୍କ ପଦପଦବୀ ଓ କ୍ଷମତାରୁ ସ୍ଥାନାନ୍ତର, ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପରିବାରର ସୁରକ୍ଷା ଆଦି ୬ଗୋଟି ପ୍ରମୁଖ ଦାବିନେଇ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଜରିଆରେ ମହାମହିମ ରାଷ୍ଟ୍ରପତି ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପୃଥକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ଦେଶର ସମ୍ବିଧାନ ପ୍ରଦତ୍ତ ଆଇନ ଦୃଷ୍ଟିରେ ସମସ୍ତେ ସମାନ ନୀତିକୁ ଓଡିଶାରେ ସମ୍ପୂର୍ଣ ଭାବେ ଉଲ୍ଲଂଘନ କରାଯାଉଛି ଓ ସମ୍ବିଧାନକୁ ହତ୍ୟା କରିବାପାଇଁ ଗୁଜୁରାଟ ପରେ ବର୍ତମାନ ଓଡିଶାକୁ ପ୍ରୟୋଗଶାଳା ଭାବେ ବ୍ୟବହାର କରାଯାଉଛି ବୋଲି ଆବାହକ ଆଇନଜୀବି ଅବନୀ ଗୟା ଦୃଢ଼ ଅଭିଯୋଗ କରିଛନ୍ତି I ଗତ ୭ତାରିଖରୁ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଅମାନବୀୟ ଆକ୍ରମଣ, ଆଚରଣ କରାଯାଇଥିବା ସତ୍ୱେ ବର୍ତମାନ ସୁଦ୍ଧା ଦୋଷୀଙ୍କ ବିରୁଦ୍ଧରେ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଏବଂ ଦୋଷୀକୁ ଘଣ୍ଟ ଘୋଡାଇ ନିଜେ ରାଜ୍ୟପାଳ ପୁତ୍ର ମୋହରେ ନିଜ ପଦ ମର୍ଯ୍ୟାଦାକୁ ମାଟିରେ ମିଶାଇ ଦେଇଛନ୍ତି I ଏଣୁ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟପାଳଙ୍କ ପଦବୀ ଓ ସମସ୍ତ କ୍ଷମତାରୁ ତାଙ୍କୁ ହଟାଯାଉ ଓ ଦୋଷୀ ଲଳିତ କୁମାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଆ ଅସ୍ମିତାକୁ ରକ୍ଷା କରାଯାଉ ବୋଲି ମଞ୍ଚ କର୍ମକର୍ତ୍ତା ମାନେ ସ୍ୱର ଉତ୍ତୋଳନ କରିଛନ୍ତି I ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ନାଥ ପଣ୍ଡା,ରମେଶ ପ୍ରସାଦ ଦାଶ,ଅଳକନାଥ ମିଶ୍ର,ଅଶୋକ କୁମାର ଦଳାଇ,ମନୋଜ କୁମାର ତରାଇ,ପୂର୍ଣ୍ଣ ଚନ୍ଦ୍ର ମହାରଣା,କାହ୍ନୁ ଚରଣ ପାତ୍ର ପ୍ରମୁଖ ଆଜି ଏହି ଅବସରରେ ସମସ୍ତ ଓଡିଶାବାସୀ ଓଡ଼ିଆ ଅସ୍ମିତା ପାଇଁ ଏକ ହେବାକୁ ଆହ୍ୱାନ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ