ବୈଜ୍ଞାନିକ ମନୋଭାବ ର ବିକାଶ ର ମାଧ୍ୟମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

ଡୁଙ୍ଗୁରିପାଲି/ସୁବର୍ଣ୍ଣପୁର, (ମୁକେଶ କୁମାର ଭୋଇ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ସର୍ଗୁଲ ରେ ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ କୁ ଡୁଙ୍ଗୁରିପାଲି ବ୍ଲକ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ପଞ୍ଚାନନ ବାରିକ ସଭା ପରିଚାଳନା କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ,ଡୁଙ୍ଗୁରିପାଲି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବଯାନୀ ବେହେରା,ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ,ବଟକୃଷ୍ଣ ପାଢ଼ୀ,ଜଗତ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁ,ବନ୍ଧପାଲି ଗ୍ରାମପଂଚାୟତ ର ସମିତି ସଭ୍ୟ ପ୍ରତିନିଧି ବନବସ ଭୋଇ ,ସର୍ଗୁଲ ସିଆରସିସି ନୀଳକଣ୍ଠ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ବୈଜ୍ଞାନିକ ମନୋବୃତ୍ତି ର ବିକାଶ ପାଇଁ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ର ଭୂମିକା ବିଷୟରେ ଆଲୋକପାତ କରିଥିଲେ l ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରୀ ମାନେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଅତିଥି ଙ୍କୁ ସ୍ୱାଗତ କରିବା ପରେ ସ୍ୱାଗତ ସଂଗୀତ ଗାନ କରିଥିଲେ l ବିଜ୍ଞାନ ଶିକ୍ଷକ ମୀନକେତନ ମେହେର, ପ୍ରିୟରଞ୍ଜନ ଭୋଇ, ମନୋଜ କୁମାର ପଧାନ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ lଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ସମୁଦାୟ ୧୧୩ ଟି ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ଶିଶୁ ବୈଜ୍ଞାନିକ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା l ଶିକ୍ଷକ ଶ୍ରୀକୁମାର ପଟେଲ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ କିଷାନ ସଭାପତିତ୍ୱ କରିଥିଲେ l ଶ୍ରୀରାମ ମହାବିଦ୍ୟାଳୟ ର ପଦାର୍ଥବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ ଯୋଗେଶ ରାଉତ ମୁଖ୍ୟ ବକ୍ତା,ସର୍ଗୁଲ ଗ୍ରାମ ପଂଚାୟତ ସମିତି ସଭ୍ୟ ପୁରନ୍ଦର ସାହୁ, ବ୍ଲକ ବିଜ୍ଞାନ କମିଟି ସଭାପତି ତଥା ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ, ଆଗାମୀ ବର୍ଷ ବିଜ୍ଞାନ ମେଳା ହେବାକୁ ଥିବା କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାରିକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁ , ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ l ବିଭିନ୍ନ ବିଷୟରେ ପ୍ରଥମ ସାତ ଟି ସ୍ଥାନ ରେ ସ୍ଥାନିତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡା ର ଅଖିଳେଶ ଭୋଇ,ବିଶ୍ୱଭୂଷଣ ପାଣ୍ଡିଆ, ବଡ଼କରଲେ ଉଚ୍ଚ ବିଦ୍ୟାଳୟ ର ପ୍ରିୟାଂଶି ପଧାନ, ତମାମୁରା ଗୋପାଳଜୀ ଉଚ୍ଚ ବିଦ୍ୟାଳୟ ର ଚନ୍ଦ୍ରିକା ପଧାନ, ସହଲା ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ଲକି ମେହେର, ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ରୁପ୍ସା ପଧାନ, ସାହାଜ ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଆଭା ସାହୁ ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା ଓ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ସୋମନାଥ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ l ସର୍ଗୁଲ ଗ୍ରାମବାସୀ ଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁବ୍ୟବସ୍ଥିତ ଢଙ୍ଗ ରେ ସମାପନ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ