ବୈତରଣୀରେ ପାଣିର ଅଭାବ ଯୋଗୁଁ ଶୁଖି ଯାଉଛି ନଳକୂପ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ଗ୍ରାମରେ ପାନୀଜୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି । ଫଳରେ ଗାଁର ୨୫୦ରୁ ଉର୍ଦ୍ଧ ପରିବାର ପିଇବା ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହା ଏକ ବନ୍ୟା ପ୍ରବଣ ଗାଁ । ଗାଁଠାରୁ ମାତ ୧୦୦ମିଟର ଦୁରରେ ବହିଯାଇଛି ବୈତରଣୀ ନଦୀ । ଆଗରୁ ସବୁବେଳେ ବୈତରଣୀ ନଦୀରେ ପାଣି ଚାଲୁଥିବାବେଳେ ଲୋକମାନେ ଏହି ନଦୀପାଣିରେ ଗାଧୁଆ ପଧୁଆ କରିବା ସହିତ ଗାଁ ନଳକୂପର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଏବେ ବୈତରଣୀ ଶୁଖିଲା ପଡିଛି । ଆନନ୍ଦପୁର ବ୍ୟାରେଜ ନିର୍ମାଣ ହେବା ଦିନଠାରୁ ନଦୀରେ ଆଉ ପାଣି ଆସୁନି । ଫଳରେ ଜଳପତ୍ତନ କମିଯାଉଥିବାରୁ ଆଉ ନଳକୂପ ଗୁଡିକରେ ପାଣି ବାହାରୁନି । ଏପରିକି ଏଠାରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପଟି ମଧ୍ୟ ଅଚଳ ହୋଇ ପଡିଛି । କିଛିବର୍ଷ ତଳେ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ବ୍ଲକ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିବାବେଳେ ଲୋକମାନେ ମାସଟିଏବି ପାଣି ପାଇ ନାହାନ୍ତି ଏହି ପ୍ରକଳ୍ପରୁ । ସେହିଦିନ ଠାରୁ ପ୍ରକଳ୍ପ ଅଚଳ । ଗାଁରେ ଥିବା ଦୁଇଟି ନଳକୂପ ଚାଲୁଥିବାବେଳେ ତାହା ଅଢ଼େଇଶହ ପରିବାରଙ୍କ ପାଇଁ ଯଥେଷ୍ଟ ହେଉନି । ଜଳସ୍ତର କମିଯିବାରୁ ନିଜ ନିଜ ଘରେ ଥିବା ବ୍ୟକ୍ତିଗତ ନଳକୁପ ଗୁଡିକ ଅଚଳ ହୋଇପଡୁ ଥିବାରୁ ଗ୍ରାମବାସୀମାନେ ପିଇବା ପାଣି ପାଇଁ ନାନା ସମସ୍ୟା ଭୋଗ କରୁଥିବା ବାମଦେବ ନାୟକ, ଅକ୍ଷୟ କୁମାର ନନ୍ଦ, ଭାଷ୍କର ସା, ଚକ୍ରଧର ନାୟକ, ଇତିଶ୍ରୀ ନାୟକ, କୁନି ରାଉତ, କାଦମ୍ବିନୀ ନନ୍ଦ, ପଦ୍ମାବତୀ ନନ୍ଦ, ନିର୍ମଳ ଭଟାଚାର୍ଯ୍ୟ, ସରୋଜ ନାୟକ, ମଧୁସୁଦନ ଦାସ, ଧିରେନ ନାୟକ, ଉମାକାନ୍ତ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ବିଶେଷକରି ଜଳସମ୍ପଦ ବିଭାଗ ପକ୍ଷରୁ ଯଦି ବୈତରଣୀ ନଦୀରେ ନିୟମିତ କିଛି ପରିମାଣର ପାଣି ଛଡା ଯାଆନ୍ତା ତେବେ ନଳକୂପ ଗୁଡିକରରୁ ଠିକ ଭାବେ ପାଣି ବାହାରିପାରନ୍ତା ବୋଲି ଗ୍ରାମବାସୀମାନେ କହିଛନ୍ତି । ଏଣୁ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି । ନଚେତ ଗ୍ରାମବାସୀମାନେ ଆନେ୍ଦାଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।