ବୈଦାଖଳି ଗ୍ରାମରୁ ବନବିଭାଗ ଦ୍ୱାରା ୧୫ ଫୁଟ ଲମ୍ବ ଅହିରାଜ ଉଦ୍ଧାର

ଉଦଳା,(ରାଜୀବ ବେହେରା): ରାଜ୍ୟରେ ଅସହ୍ୟ ତାତିପାଇଁ ଜଙ୍ଗଲ ଭିତରେ ପଶୁପକ୍ଷୀ ଅସହ୍ୟ ହୋଇ ପଡିଛନ୍ତି l ଉତ୍ତପ୍ତ ହୋଇ ଉଠିଛି ପୁରା ଶିମିଳିପାଳ ଅଭୟlରଣ୍ୟ l ଜଙ୍ଗଲୀ ଜୀବଜନ୍ତୁ ପାଣି ଏବଂ ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ପାଦଦେଶ ଗ୍ରାମ ଭିତରକୁ ମାଡି ଆସୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି, କେତେବେଳେ ହାତୀ ବାଘ ପଶି ଆସୁଛନ୍ତି ତ ଆଉ କେତେବେଳେ ହରିଣ, ବାରlହା,ବିଷଧର ସରୀସୃପ ଅହିରାଜ, ଅଜଗର ମାନଙ୍କ ଆତଙ୍କ ଦେଖିବାକୁ ମିଳିଛି l ତେବେ ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରି ଘଞ୍ଚ ଜଙ୍ଗଲ ରେ ସୁରକ୍ଷିତ ଭାବେ ଛାଡ଼ିଛି l ଏଭଳି ପରିସ୍ଥିତି ରେ କପ୍ତିପଦା ରେଞ୍ଜ ଅଧୀନ ବଡଖମଣ ବିଟ ବୈଦlଖଳି ଗ୍ରାମର ମୋହନ ସିଂ ଘରେ ରାତ୍ରି ସମୟରେ ରୋଷେଇ ଘର ଭିତରକୁ ହଠାତ ଏକ ବିରାଟ କାୟ ଅହିରାଜ ବିଷଧର ସାପ ପଶି ଆସିଥିଲା, ଯାହାକୁ ଦେଖି ଭୟଭୀତ ହୋଇ ରହି ଥିଲେ ପରିବାର ଲୋକେ, ତେବେ ସକାଳ ସମୟରେ ଶ୍ରୀ ସିଂ ଉଦଳା ବନବିଭାଗ କୁ ଜଣାଇ ଥିଲେ ତେବେ ଉଦଳା ବନଖଣ୍ଡ ଅଧିକାରୀ ଜଗଦୀଶ ଦାସ ତାଙ୍କର କାର୍ଯ୍ୟରତ ଷ୍ଟlପ, କପ୍ତିପଦା ବନଖଣ୍ଡ ଷ୍ଟାଫ ଏବଂ ବାରିପଦା ସlପଧରlଳି ଦଳ ପହଞ୍ଚି ମିଳିତ ପ୍ରଚେଷ୍ଟାlରେ ଅହିରାଜ ସlପଟିକୁ ଉଦ୍ଧାର କରି କପ୍ତିପଦା ଶିମିଳିପାଳ ନୋଟ ମନଭଙ୍ଗା ଘଞ୍ଚ ଜଙ୍ଗଲ ରେ ସୁରକ୍ଷିତ ଭାବରେ ଛାଡିଥିବା ର ସୂଚନା ମିକିଛି l ଉଦ୍ଧାର ହୋଇ ଥିବା ଅହିରାଜ ସାପଟି ପାଖlପାଖି ୧୪/୧୫ ଏବଂ ୫ ରୁ ୭ କିଲୋ ହେବା ନେଇ ବିଭାଗ ତରଫରୁ ସୂଚନା ମିଳିଥିଲା, ତେବେ ସାପଟି କାହାରି କିଛି କ୍ଷୟ କ୍ଷତି କରି ନଥିବା ଗ୍ରାମବାସୀ କହିଛନ୍ତି l ଏଭଳି ପରିସ୍ଥିତିର ସାମ୍ନା କରୁଥିଲେ ଆପଣ ମାନେ ସାପକୁ ନ ମାରି ଜଙ୍ଗଲ ବିଭାଗର ସହାୟତା ନିଅନ୍ତୁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ