ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ):ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରିପୁରରେ ଶକ୍ତି ସଂରକ୍ଷଣ ସପ୍ତାହ ଓ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ତଥା ଶକ୍ତି କ୍ଲବ ର ଶିକ୍ଷକ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ କୁଇଜ଼, ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି | ଶକ୍ତି ସଂରକ୍ଷଣ ଦିବସରେ ଶପଥ ପାଠ ଓ ଏକ ଜନ ସଚେତନତା ରାଲି କରାଯାଇ ଶକ୍ତି ସଙ୍କଟ ଓ ଏହାର ସମାଧାନ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା | ଶେଷରେ ବିଦ୍ୟାଳୟ ସଭା କକ୍ଷରେ ଆୟୋଜିତ ସଭାରେ ପ୍ରତିଯୋଗିତା ତର୍କ ରେ ଦଶମ ଶ୍ରେଣୀର ବିଭୂପ୍ରସାଦ ନନ୍ଦ, ନବମର ରାଜେଶ ଦାସ, ଦଶମର ଦୀନେଶ କୁମାର ବନ୍ଧଙ୍କୁ ପୁରସ୍କୃତ କରଯାଇଥିଲା। ସେହିପରି ପ୍ରବନ୍ଧରେ ଦଶମ ଶ୍ରେଣୀର ବିଭୂପ୍ରସାଦ ନନ୍ଦ, କ୍ଷେତ୍ରମଣୀ ସାହୁ, ଦୀନେଶ କୁମାର ବନ୍ଧ, କୁଇଜରେ ଦଶମ ଶ୍ରେଣୀ ର ଶ୍ରୀତମ ପରିଡା,ଶ୍ରୀନିବାସ ସାହୁ, ଚିତ୍ତରଞ୍ଜନ ସାହୁ, ଚିତ୍ରାଙ୍କନ ରେ ଦଶମ ଶ୍ରେଣୀର ସନାତନ ସାହୁ, ନବମ ଶ୍ରେଣୀର ସୌମ୍ୟରଂଜନ ସାହୁ, ପପୁରଞ୍ଜନ ନାୟକ ପ୍ରମୁଖଙ୍କୁ ପୁରସ୍କୃତ କରଯାଇଥିଲା | ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାୟୋଜିତ ଡିସେମ୍ବର ୮ରୁ ୧୪ଏହି ଏକ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବାଦଲ କୁମାର ଜେନା, ଦିବ୍ୟସିଂ ସୋରେନ, ଆଲୋକ କୁମାର ଦାସ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ ଶିକ୍ଷୟିତ୍ରୀ ସୋନାଲି ସାହୁ ଓ କର୍ମଚାରୀ ବିଜୁ ଯେନା ପ୍ରମୁଖ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ