ବୈଷ୍ଣବ ସମାଜର କାର୍ଯ୍ୟକର୍ତ୍ତା ଚୟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାମଲିଙ୍ଗେଶ୍ବର ମନ୍ଦିର ପ୍ରାଙ୍ଗଣରେ ବୈଷ୍ଣବ ସମାଜର କାର୍ଯ୍ୟକର୍ତ୍ତା ଚୟନ ହୋଇଯାଇଛି | ଆଜି ଗଜପତି ଜିଲ୍ଲା ତଥା ସୀମାନ୍ତରେ ଥିବା ଆନ୍ଧ୍ର ପ୍ରଦେଶର ମିଳିଆପୁଟି, ପୁରୁଣାପାଟଣା ମଣ୍ଡଳ ଓ ଓଡିଶାର କାଶୀନଗର, ପୁରୁଟିଗୁଡା ଆଦି ଅଞ୍ଚଳମାନଙ୍କୁ ନେଇ ବୈଷ୍ଣବ ସମାଜର ଉନ୍ନତି ପାଇଁ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି | ସଭାପତି ଭାବେ ଟି.ଭେଙ୍କେଟେଶ୍ବର ସ୍ବାମୀ, ଉପସଭାପତି ବି.ଧନୁଞ୍ଜୟ, ସମ୍ପାଦକ କେ. ଭାସ୍କର ରାଓ, କୋଷାଧ୍ୟକ୍ଷ ଭାବେ ଏସ୍.ପୁଷ୍ପଲତାଙ୍କ ସହ ବହୁ ସଭ୍ୟସଭ୍ୟା ଯୋଗ ଦେଇ ନିଜନିଜର ମତ ପ୍ରଦାନ କରିଥେଲେ | ବୈଷ୍ଣବ ଧର୍ମର ଆଗକୁ କିଭଳି ଉନ୍ନତି ହେବ ଏବଂ ଏହି ଧର୍ମ ତଥା ଜାତି ଆଗକୁ କିପରି ଉନ୍ନତି ହୋଇପାରିବ ସେ ନେଇ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ