ବୈଷୟିକ ଶିକ୍ଷା ଓ ତାଲିମ ପରାମର୍ଶ ଦକ୍ଷତା ମେଳା

ପୋଲସରା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ସଭାଗୃହରେ ଫେବୃୟାରୀ ୧୭ ତାରିଖ ଦିନ ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ ପରାମର୍ଶ ଦକ୍ଷତା ମେଳା ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପୋଲସରା ବ୍ଲକ ବିପିଏମ ଗଙ୍ଗାଧର ମିଶ୍ର ଓ ବିପିସି କିରଣ କୁମାର ସାହୁ ସଂଯୋଜନା କରିଥିଲେ। ଏହି ମେଳାରେ ୧୯୦ ଜଣ ଯୁବକ ଯୁବତୀ ଯୋଗଦେଇ ସେନାନଙ୍କ ନାମ ପଞ୍ଜିକୃତ କରିଥିଲେ। କାର୍ଯ୍ୟକ୍ରମରେ ଭିବିଇଟି ର ସହକାରୀ ପରିଚାଳକ ପ୍ରଫୁଲ କୁମାର ସାହୁ, ତାଲିମଦାତା ସନ୍ତୋଷ କୁମାର ଗୌଡ଼ ଓ ଗିରିଜା ପଣ୍ଡା, ବ୍ରହ୍ମପୁର ପଲିଟେକିନିକ ର ଅଧ୍ୟାପିକା ଲିପିକା ଓ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ଅଧ୍ୟାପକ ଗୋପାଳ ଚନ୍ଦ୍ର ବେହେରା, ଜିଲ୍ଲା ଦକ୍ଷତା ବିକାଶ ଅଫିସ ପକ୍ଷରୁ ଜିତେନ୍ଦ୍ର ଉପାଧ୍ୟୟ ଓ ବିଶ୍ଵଜିତ ସାହୁ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ନିଜର ବୈଷୟିକ ଦକ୍ଷତା ବୃଦ୍ଧି ସହ କିପରି ସ୍ୱବାଲମ୍ବୀ ହୋଇପାରିବେ ତାଲିମ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ ଓ ଝୁନୁ ଦାସ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ