ବୈାଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ବିୟୋଗରେ ଶୋକ ସଭା
ଛତ୍ରପୁର : ବୈ÷ାଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ଆଜି ସକାଳେ ହଠାତ୍ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଆଜି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଂଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଜିଲ୍ଲା ରାଜସ୍ୱ ଅଧିକାରୀ ଡଃ.ଦିବ୍ୟ ଲୋଚନ ମହନ୍ତ, ଡେପୁଟି କଲେକ୍ଟର ସିଗ୍ଧାରାଣୀ ଧଳ, ଆସିଷ୍ଟାଣ୍ଡ ନାଜିର ନୀରଞ୍ଜନ ଚୈାଧୂରୀଙ୍କ ସମେତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ସ୍ୱର୍ଗତ ରମାକାନ୍ତ ସେଠୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ସେଠୀ ପୂର୍ବରୁ ଗଂଜାମ ଜିଲ୍ଲାର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ (ଟିସ୍କୋ) ଭାବେ ୪ବର୍ଷ କାର୍ଯ୍ୟ କରିଛନ୍ତି । ତେଣୁ ଆଜି ତାଙ୍କର ବିୟୋଗରେ ଜିଲ୍ଲାପ୍ରଶାସନ ପକ୍ଷରୁ ଶୋକ ସଭା କରାଯାଇଥିଲା ।


