ବୋଇଙ୍ଗ ୭୩୭ ମ୍ୟାକ୍ସ ସଙ୍କଟ, ଦୁଇଗୁଣା ହେଲା ବିମାନ ଭଡ଼ା
ନୂଆଦିଲ୍ଲୀ, (ଏଜେନ୍ସି): କେନ୍ଦ୍ର ସରକାରଙ୍କ ଦ୍ୱାରା ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ଉଡ଼ାଣରେ ଅଙ୍କୁଶ ଓ ଅନ୍ୟାନ୍ୟ କାରଣ ଯୋଗୁଁ ପ୍ରମୁଖ ଉଡାଣ ମାର୍ଗରେ ବିମାନ ଭଡ଼ା ବଢ଼ାଯାଇଛି । ସୂଚନାନୁସାରେ କିଛି ମାର୍ଗରେ ଭଡ଼ା ଦୁଇ ଗୁଣା ହୋଇଛି । ଇକ୍ଜିଗୋର କୋ-ଫାଉଣ୍ଡର ଏବଂ ସିଇଓ ଆଲେକ ବାଜପେଇଙ୍କ ଅନୁସାରେ ବିଭିନ୍ନ କାରଣରୁ ବହୁଳ ଭାବେ ବିମାନ ଉଡ଼ାଇ ନକରିବା ଯୋଗୁଁ ସିଟ୍ରେ ହ୍ରାସ୍ ଘଟିଛି । ଯେଉଁ କାରଣରୁ ଭଡ଼ାରେ ହଠାତ୍ ବୃଦ୍ଧି ହୋଇଛି । ପ୍ରକାଶ ଯେ ଦିଲ୍ଲୀ-ମୁମ୍ବାଇ, ମୁମ୍ବାଇ-ଚେନ୍ନାଇ, ମୁମ୍ବାଇ-କୋଲକାତା ଓ ମୁମ୍ବାଇ-ବେଙ୍ଗାଲୁରର ଭଡ଼ା ଗତ ବର୍ଷ ତୁଳନାରେ ଦୁଇଗୁଣା ଦାଏର କରାଯାଇଛି । ସେ କହିଛନ୍ତି ଯେ ମୁମ୍ବାଇ-ଚେନ୍ନାଇର ସ୍ପଟ ଭଡ଼ା ୨୬,୦୭୩ ଟଙ୍କାରେ ପହଞ୍ଚିଛି । ଯାହାକି ଗତ ବର୍ଷ ଏହି ସମୟରେ ୫,୩୬୯ଟଙ୍କାରେ ଥିଲା । ହୋଲି ପାର୍ବଣ ନିକଟତର ହେବା ଯୋଗୁଁ ଯାତ୍ରୀଙ୍କୁ ମହଙ୍ଗା ଟିକେଟ୍ରୁ ବର୍ତ୍ତମାନ ଆଶ୍ୱସ୍ତି ମିଳିବାର କୌଣସି ସମ୍ଭାବନା ନାହିଁ । ଅନ୍ୟ ପକ୍ଷରେ ଯାତ୍ରୀ.କମ୍ ଦ୍ୱାରା ପ୍ରଦାନ କରାଯାଇଥିବା ଆକଳନ ଅନୁସାରେ ଯାତ୍ରାର ଠିକ୍ ପୂର୍ବରୁ ଟିକେଟ୍ ନେବା ସ୍ଥଳେ ଭଡ଼ା ମୁମ୍ବାଇ-ବେଙ୍ଗାଲୁରୁ, ବେଙ୍ଗାଲୁରୁ-ମୁମ୍ବାଇ, ଚେନ୍ନାଇ-ଦିଲ୍ଲୀ, ଦିଲ୍ଲୀ-କୋଲକାତା ଓ ମୁମ୍ବାଇ-ଚେନ୍ନାଇ ପରି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଗତ ବର୍ଷ ୧୩ମାର୍ଚ୍ଚ ତୁଳନାରେ ଦୁଇଗୁଣା ଅଧିକ ବଢ଼ିଯାଇଛି । ମୁମ୍ବାଇ-ଦିଲ୍ଲୀ, ବେଙ୍ଗାଲୁର-ଦିଲ୍ଲୀ, ମୁମ୍ବାଇ-ବେଙ୍ଗାଲୁର, ମୁମ୍ବାଇ, ଦିଲ୍ଲୀ-କୋଲକାତା, ମୁମ୍ବାଇ-ହାଇଦ୍ରାବାଦ୍ ଓ ମୁମ୍ବାଇ-ଚେନ୍ନାଇ ପରି ମାର୍ଗରେ ମଧ୍ୟ ଗତ ବର୍ଷ ତୁଳନାରେ ଗୁରୁବାର ଏହି ସ୍ଥିତି ଦେଖିବାକୁ ମିଳିଥିଲା । ଆକଳନ ଅନୁସାରେ ୧୪ମାର୍ଚ୍ଚ ମୁମ୍ବାଇ-ଚେନ୍ନାଇ ରୁଟ୍ରେ ଟିକେଟ୍ର ମୂଲ୍ୟ ବୃଦ୍ଧି ପାଇ ୨୦,୩୨୯ଟଙ୍କା ହୋଇଛି । ଗତ ବର୍ଷ ମାର୍ଚ୍ଚ ୧୪ରେ ଯାତ୍ରାର ଠିକ୍ ପୂର୍ବରୁ ଟିକେଟ୍ ନେବା ସ୍ଥଳେ ଭଡ଼ା ୧୩,୪୯୫ଟଙ୍କା ହୋଇଛି । ଯେଉଁଥିରେ ଗତ ବର୍ଷ ୧୪ମାର୍ଚ୍ଚ ତୁଳନାରେ ୧୩୭% ବୃଦ୍ଧି ହୋଇଛି । ପ୍ରକାଶ ଯେ ଇଥୋପିଆ ଏୟାର୍ଲାଇନ୍ସର ଏକ ୭୩୭ ମ୍ୟାକ୍ସ ୮ ବିମାନ ରବିବାର ଅଦିସ୍ ଅବାବଙ୍କ ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଯେଉଁଥିରେ ଥିବା ସମସ୍ତ ୧୫୭ ଯାତ୍ରୀ ପ୍ରାଣ ହରାଇଥିଲେ । ମଙ୍ଗଳବାର ରାତିରେ ବିମାନ ମହାନିର୍ଦ୍ଦେଶାଳୟ ବେଇଙ୍ଗ ୭୩୭ମ୍ୟାଙ୍କ ୮ବିମାନର ଉଡ଼ାଣରେ କଟକଣା ଲାଗୁ କରିଥିଲେ । ସ୍ପାଇସ୍ଜେଟ୍ ନିକଟରେ ଏପରି ୧୨ଟି ବିମାନ ରହିଛି । ତେଣୁ କମ୍ପାନୀ ଏହି ନିଷ୍ପତ୍ତି ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି ।


