ବୋଇତ ବନ୍ଦାଣ ଉତ୍ସବ ଫିକା: କାଁଭାଁ ଭାସିଲା ଡଙ୍ଗା, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଫିକା ପଡିଛି । କେତେକ ପୋଖରୀ ଓ ନାଳରେ କାଁଭାଁ ଡଙ୍ଗା ଭାସିଥିବାର ଦେଖାଯାଇଛି । ଅପରପକ୍ଷେ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାର ଡଙ୍ଗା ଭସାଣ ଉପରେ ରୋକ୍ ଲଗାଇବା ପରେ ବନ୍ତ ବ୍ଲକର ବସନ୍ତିଆ, ଟିଲୋ, ନିଳୋକ ଓ କେନ୍ଦୁଆପଦା ଆଦି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା । ଏସମସ୍ତ ସ୍ଥାନରେ ଡଙ୍ଗା ନଭସାଇବା ଓ ଭିଡ ନକରିବାକୁ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ସୂଚନା ଦିଆଯାଇଥିଲା । ଫଳରେ ଉପରୋକ୍ତ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଏପରିସ୍ଥଳେ କେତେକ ପୋଖରୀ ଓ ନାଳ ଆଦିରେ ଲୋକ ମାନେ କାଁଭାଁ ଡଙ୍ଗା ଭସାଇଥିବାର ଦେଖାଯାଇଥିଲା । ସେହିପରି ବୋଇତ ବନ୍ଦାଣ ଉପରେ ରୋକ୍ ଲାଗିଥିବା ବେଳେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।