“ବୋଉ’ର ସଭ୍ୟ ସଂଗ୍ରହ ଅଭିଯାନ

କଟକ, (ଯୁଗାବ୍ଦ ନ୍ୟୁଜ):ମା-ମାଟି ପାଇଁ ଓଡ଼ିଆ ଭାଷା, ସାହିତ୍ୟର ବିକାଶ ଓ ପ୍ରକାଶ ଦିଗରେ କଟକରୁ ପ୍ରକାଶ ପାଉଥିବା ଓଡ଼ିଆ ଘରର ପାରମ୍ପରିକ ସୁମଧୁର ଡାକ \”ବୋଉ\’ ନାମରେ ସାହିତ୍ୟ ପତ୍ରିକାର ସଭ୍ୟ ସଂଗ୍ରହ ଅଭିଯାନ ଚଳିତ ମାସ ଶେଷ ପର୍ଯ୍ୟାୟ ଅର୍ଥାତ୍ ନଭେମ୍ବର ୨୯ ଠାରୁ ବିଧିବଦ୍ଧ ଭାବେ ସମଗ୍ର ଓଡ଼ିଶାରେ କରାଯାଉଅଛି । ଏ ସମ୍ପର୍କରେ ସବିଶେଷ ବିବରଣୀ ପାଇଁ ମୋବାଇଲ ନମ୍ବର ୬୩୭୦୦୫୮୪୦୩ ରେ ଯୋଗଯୋଗ କରିବାକୁ ଅନୁରୋଧ । ଯେଉଁ ବୃହତ୍ ଲକ୍ଷ୍ୟ ଓ ଅଭିମାନର ସଫଳ ରୂପାୟନ ନିମିତ୍ତ ଓଡ଼ିଶାର ବହୁ ସର୍ବସାଧାରଣ ପାଠକ, ସାହିତ୍ୟ ରଥୀ, ଲେଖକ, ଲେଖିକା, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବରିଷ୍ଠ ଅଭିଜ୍ଞ ସଚେତନଶୀଳ ବ୍ୟକ୍ତିତ୍ୱମାନେ ସହଯୋଗ କରିବାର ପ୍ରତିଶୃତି ଦେବା ସହ ଏହାକୁ ଓଡ଼ିଶାର ପ୍ରତି ଘରେଘରେ କିପରି ଅତି ସହଜରେ ପହଞ୍ଚାଇହେବ – ସେ ଦିଗରେ ଆମର ଚେଷ୍ଟା ଓ ଅଭିଯାନ ଓ ସଭ୍ୟ ସଂଗ୍ରହ ପାଇଁ ସର୍ବସମ୍ମତିକ୍ରମେ ସ୍ଥିର ହେବା ଆମ ପାଇଁ ଏକ ସାଧୁ ଉଦ୍ୟମ ବୋଲି ସମ୍ପାଦକ ସଞ୍ଜୟ କୁମାର ଚୌଧରୀ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ