ବୋଉ ପତ୍ରିକା ଉନ୍ମୋଚିତ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ସ୍ଥାନୀୟ ଜନକଲ୍ୟାଣ ଭବନଠାରେ ସାହିତ୍ୟ ପତ୍ରିକା ‘ବୋଉ’ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବନମାଳୀ ସାମନ୍ତରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଣଭୂଇଁର ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ସମ୍ମାନିତ ଅତିଥି ଭାବେ ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକ, ସମାଜସେବୀକା ସମିତା ମହାରଣା, ମୁଖ୍ୟ ବକ୍ତାଭାବେ ସାମ୍ବାଦିକ, ପୂଜ୍ୟପୂଜା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବୋଉର ସମ୍ପାଦକ ତଥା କବି ସଞ୍ଜୟ କୁମାର ଚୌଧୁରୀ ମତବ୍ୟକ୍ତ କରି କହିଥିଲେ ଯେ, ମାଆ, ମାଟି, ମାତୃଭାଷା ପ୍ରତି ସମସ୍ତେ ଆଗେଇ ଆସିବା ସହ ନିଜ ନିଜର ଯୋଗଦାନ ସମାଜର ଭଲ ପାଇଁ ଦିଅନ୍ତୁ । ବର୍ତ୍ତମାନ ଆମ ସୀମା ସୁରକ୍ଷା ସହିତ ସାହିତ୍ୟର ବିକାଶ ପ୍ରତି ପ୍ରୟାସ ଜାରି ରଖନ୍ତୁ । ସାହିତ୍ୟ ବର୍ତ୍ତମାନ କଣ୍ଟକିତ ପଥ ଦେଇ ଅତିକ୍ରମ କରୁଛି, ସମାଜରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଅତିଥିମାନେ ମତ ରଖିଥିଲେ ।ଏହି ଅବସରରେ ସାରସ୍ୱତ ପ୍ରତିଭା ବାଣୀ ମିଶ୍ର, କବି ସନ୍ତୋଷ କୁମାର ମେହେର, ସସ୍ମିତା ମହାପାତ୍ର, ଡଃ ପୂର୍ଣ୍ଣଚନ୍ଦ୍ର ଓଝା, ଧୀରେନ୍ଦ୍ର ସିଂଦେଓଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସତ୍ୟବ୍ରତ ଜେନା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଲଳିତା ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ