ବୋକାରୋ ଝାଡଖଣ୍ଡକୁ ହରାଇ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ସେମିରେ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୨୧ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍‌ର ପୁଲ୍‌-‘ବି’ ୧ମ କ୍ୱାଟର ଫାଇନାଲ ମ୍ୟାଚ୍ ଆଜି ବୋକାରୋ ଷ୍ଟାର ଏକାଡେମୀ ଝାଡଖଣ୍ଡ ଓ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଇଷ୍ଟକୋଷ୍ଟ ରେଲୱେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବୋକାରୋ ଷ୍ଟାର ଏକାଡେମୀ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବିକାଶ କୁମାର ୪୬ ଓ ଅଭିଷେକ କୁମାର ୩୩ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଆର. ପ୍ରସାଦ ୩ ଓ ଅଚ୍ୟୁତ୍ ୧ ଉଇକେଟ ନେଇଥିଲେ । ଜବାବରେ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ୧୭ ଓଭରରେ ୨ ଉଇକେଟ ହରାଇ ୧୪୬ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଜି.ଶ୍ୟାମ ସୁନ୍ଦର ୪୪ ଓ ପଥ୍ରୀ କିଶୋର ୩୭ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ବିଶାଲ କୁମାର ୧ ଓ ଋତ୍ୱିକ ୟାଦବ ୧ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଇଷ୍ଟକୋଷ୍ଟ ରେଲୱେର ଆର୍‌.ପ୍ରସାଦଙ୍କୁ ବିବେଚିତ କରାଯାଇଥିଲା । ଅମ୍ପାୟର ଭାବେ ଶରତ ଜେନା, ଲଲାଟ କେଶରୀ ନନ୍ଦ, ମ୍ୟାଚ୍ ରେଫରୀ ବ୍ରଜ କିଶୋର ମହାନ୍ତି, ସ୍କୋରର ଜ୍ୟୋତି ରଞ୍ଜନ ଜେନା, ସସ୍ମିତା ସାହୁ, ଭାଷ୍ୟକାର ଓଡିଶା କ୍ରିକେଟ ଜଗତର ହିନ୍ଦି ଭାଷ୍ୟକାର ସୁରେଶ ସାଣ୍ଡିଲ, ସଞ୍ଜୟ ମଜୁମଦାର, ସେକ୍ ଆଜାରୁଦ୍ଦିନ, ସୁଶାନ୍ତ ଜେନା ଦାୟୀତ୍ୱ ତୁଲାଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବନ୍ତ ସମବାୟ ସମିତିର ସଭାପତି ଅଜୟ ନାୟକ, ବସନ୍ତିଆ ସମିତିର ସଭାପତି ବସନ୍ତ ବେହେରା, ଟିଲୋ ସମିତିର ସଭାପତି ବିଜୟ ନାୟକ, କେନ୍ଦୁଆପଦା ସମିତିର ଜୟନ୍ତ ସାମଲ, ପଧାନପଡା ସମିତିର ସଭାପତି ସେକ୍ କଦମ୍‌, ସେଣ୍ଢତୀରା ସମିତିର ସଭାପତି ମଳୟ ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ଆସନ୍ତାକାଲି ପୁଲ-‘ବି’ର ୨ୟ କ୍ୱାଟର ଫାଇନାଲ ମ୍ୟାଚ୍ ଏନ୍‌.ଏନ୍‌.ଏସ୍ କ୍ରିକେଟ ଏକାଡେମୀ ଉତ୍ତର ପ୍ରଦେଶ ଓ ସ୍ପୋଟିଂ ୟୁନିୟନ ଝାଡଖଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ