ବୋଡା ସାପକୁ ଗିଳିଲା ଗୋଖର
ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଶଳବଣୀ ଗାଁରେ ଏକ ବୋଡା ସାପକୁ ଦୁଇଟି ନାଗଜାତୀୟ ସାପ (ଗୋଖର ଓ ତମ୍ପସାପ) ଗିଳିବା ଘଟଣା ଆଲୋଚନାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ଗତକାଲି ଅପରାହ୍ନରେ ଏକ ଗୋଖର ସାପ ଏକ ବୋଡା ସାପର ମୁଣ୍ଡପଟୁ ଗିଳୁଥିବା ଦେଖାଯାଇଥିଲା । ଏହା ଶୁଣିବାପରେ ବହୁ ଲୋକ ସେଠାରେ ଜମା ହୋଇଯାଇଥିଲେ । ଲୋକଙ୍କ ଉପସ୍ଥିତିରେ ଅନ୍ୟ ଏକ ତମ୍ପ ସାପ ହଠାତ ଆସି ବୋଡା ସାପଟିର ଲାଞ୍ଜ ପଟରୁ ଗିଳିବାକୁ ଆରମ୍ଭ କରିଥିଲା । ଏହାଦେଖି କିଛି ଲୋକ ବାଡି ସାହାଯ୍ୟରେ ତମ୍ପ ସାପଟିକୁ ଘଉଡାଇ ଦେବାରୁ ସେ ବୋଡା ସାପଟିକୁ ଛାଡି ଏକ ବାଉଁଶ ପଳାଇଥିଲା । ଗୋଖର ସାପଟି ବୋଡା ସାପଟିକୁ ଗିଳିସାରିବାର ଦୀର୍ଘ ସମୟ ଗୋଟିଏ ସ୍ଥାନରେ ରହିଥିବା ଦେଖିବାକୁ ମିଳିଥିଲା ।


