ବୋଡା ସାପ ଉଦ୍ଧାର
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ରାଇପଡା ଗ୍ରାମରୁ ରବିବାର ଏକ ବୋଡା ସାପ ଉଦ୍ଧାର କରାଯାଇଛି । ମିଳିଥିବା ଖବର ଅନୁଯାୟୀ ଗ୍ରାମବାସୀ ବୋଡା ସାପଟିକୁ ଦେଖିଥିଲେ । ଏହା ପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ସହ ସ୍ନେକହେଲ୍ପ ଲାଇନ କର୍ମଚାରୀ ମାନେ ବୋଡା ସାପଟିକୁ ଉଦ୍ଧାର କରି ବୁଢାକେନ୍ଦୁ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଛନ୍ତି । ଏହା ପରେ ବନପାଳ ଗ୍ରାମରେ ବନକର୍ମଚାରୀ ମାନଙ୍କ ତରଫରୁ ଏକ ବୈଠକ କରାଯାଇଥିଲା । ବୈଠକରେ ବଣ, ଜଙ୍ଗଲ ସମେତ ପ୍ରାକୃତିକ ସଂମ୍ପଦ ସରୀସୃପ ଆଦିକୁ ବଂଚାଇବା ଦରକାର ବୋଲି ଆଲୋକ ପାତ କରିଥିଲେ । ଗ୍ରାମବାସୀ ମାନଙ୍କ ତରଫରୁ ବୋଡା ସାପଟିର କୈାଣସି କ୍ଷତି କରିନଥିବାରୁ ବନବିଭାଗ ତରଫରୁ ଗ୍ରାମବାସୀଙ୍କୁ ପ୍ରଂଶସା କରାଯାଇଛି ।


