ବୋତଲ ଦେଲେ ମିଳୁଛି ବସ୍ ଟିକେଟ
ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍ ପୋଜାଲ କପ୍ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ । ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍ ହୋଇପାରିବ ସେଥିପାଇଁ ଇଣ୍ଡାନେସିଆ ସରକାର ଏଭଳି ଏକ ବ୍ୟବସ୍ଥା କରିଛନ୍ତି । ସମୁଦ୍ରକୁ ପ୍ରଦୂଷିତ କରିବାରେ ଚାଇନା ପଛକୁ ଇଣ୍ଡୋନେସିଆ ଦୁଇ ନମ୍ବରରେ ରହିଛି । ପ୍ରତିବର୍ଷ ୮୦ ଲକ୍ଷ ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରରେ ମିଶୁଛି । ୨୦୧୬ର ଏକ ରିପୋର୍ଟ ମୁତାବକ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଓଜନଠାରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ଓଜନ ବେଶି ହୋଇଯିବ ବୋଲି ପ୍ରକାଶ ପାଇବା ପରେ ଇଣ୍ଡୋନେସିଆ ସରକାର ତତ୍ପରତା ଦେଖାଇଛନ୍ତି । କେମିତି ସମୁଦ୍ରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ୨୦୫୦ ସୁଦ୍ଧା ୭୦ ପ୍ରତିଶତ ହ୍ରାସ କରାଯାଇପାରିବ ସେଥିପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ସପ୍ତାହରେ ୧୬,୦୦୦ ଲୋକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦେଇ ବସ୍ ଟିକେଟ ନେଇଛନ୍ତି ବୋଲି ସେଠାକାର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ଟିକେଟ ପାଇଁ ତିନୋଟି ବଡ଼ ବାତଲ, ୫ଟି ମଧ୍ୟମ ବୋତଲ କିିମ୍ବା ୧୦ଟି ପ୍ଲାଷ୍ଟିକ କପ୍ ଦେବାକୁ ପଡୁଛି । ଏହିି ସବୁ ବର୍ଜ୍ୟବସ୍ତୁ ଭଙ୍ଗା କିମ୍ବା ଫଟା ହୋଇନଥିବା ଦରକାର?