ବୋଧଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବୋଧଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପାଗଳାବାବା ବାଳିକା ହାଇସ୍କୁଲ ବୋଧଗାଁର ପ୍ରଧାନ ଶିକ୍ଷକ ବାବାଜୀ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାନଜରିଆ ପଞ୍ଚାୟତ ସରପଞ୍ଚ ନିରାକର ନାୟକ ମୁଖ୍ୟ ଅତିଥି, ସି.ଆର.ସି.ସି. ଅନ୍ତର‌୍ୟ୍ୟାମୀ ବେଜ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମିତି ସଭ୍ୟ ସୁବାଷ ଚନ୍ଦ୍ର ବାରିକ, ନାଏବ ସରପଞ୍ଚ ସହଦେବ ଦାସ, ୱାର୍ଡ ସଭ୍ୟ ସରୋଜକାନ୍ତ ସାହାଣୀ ଓ ମୋ ସ୍କୁଲ ଅଭିଯାନର ସଭାପତି ସୁଦର୍ଶନ ମଳିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ୍ତ କୁମାର ସାହୁ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ବୋଧଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦେବଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରକାଶ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ