ବୋମାମାଡ ଘଟଣାରେ ୪ ଅଭିଯକ୍ତ ଗିରଫ
ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ଥାନା ଗୋଲିଆ ଅଂଚଳରେ ୨ ଗୋଷ୍ଠି ମଧ୍ୟରେ ଗତ ୧୯ ତାରିଖ ଦିନ ଗୋଷ୍ଠି ସଂଘର୍ଷ ସହ ବୋମା ମାଡ ଘଟଣାରେ ୫ ଜଣ ଆହାତ ହୋଇଥିବା ବେଳେ ବୁୁଗୁଡା ପୋଲିସ ଶନିବାର ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ପରିଚୟ ବୁଗୁଡା ଥାନା ଗୋଲିଆ ଅଂଚଳର ତପନ ବେହେରା, ମଙ୍ଗୁଳୁ ଜେନା, କହ୍ନେଇ ରାଉତ ମନୋଜ ପ୍ରଧାନ ବୋଲି ଜଣାପଡିଛି । ୪ ଅଭିଯୁକ୍ତକୁ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।