ବୋମା ଭିଡୁଥିବା ବେଳେ ବିସ୍ପୋରଣ;ଘଟଣା ସ୍ଥଳରେ ଜଣେ ମୃତ, ଦୁଇ ଗୁରୁତର
ସୋରଡା,(ରଜନୀକାନ୍ତ ମହାପାତ୍ର):ବାରହା ଶିକାର ପାଇଁ ବୋମା ଭିଡୁଥିବା ବେଳେ ନିଜେ ହେଲେ ଶିକାର ।ତିନି ଜଣକ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୁଚନା ମିଳିଛି ।ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ, ବଡଗଡ଼ ଥାନା କେ.ଭୀମପୁର ଗାଁର ବୁଲୁ ମଲ୍ଲିକ ଙ୍କ ଘର ଛାତ ଉପରେ ତିନି ଜଣ ବୋମା ଭିଡୁ ଥିବାବେଳେ ବିସ୍ପୋରଣ ଘଟି ଜଣେ ମୃତ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କେ.ଭୀମପୁର ଗାଁ ର ବୁଲୁ ମଲ୍ଲିକ। ଦୁଇଗୁରୁତର ହେଲେ ବାଟ ଶସନ ଗାଁର ପ୍ରକାଶ ନାୟକ ଓ ନନ୍ଦିଆ ନାୟକ। ଗାଁ ଲୋକେ ରକ୍ତ ଜୁଡୁବଡୁ ଅବସ୍ଥାରେ ପଡିଥିବା ଦୁଇ ଗୁରୁତର ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଶେରଗଡ଼ ମେଡିକାଲରେ ଭର୍ତି କରିଥିଲେ ।ସେଠାରେ ଜଣକ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡଡାକ୍ତର ଖାନା ପଠାଇଦିଆଯାଇଛି ।ଖବର ପାଇ ବଡଗଡ ଥାନା ଅଧିକାରୀ ପ୍ରତାପଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ସୋରଡା ଆଇ.ଆଇ.ସି ରମେଶ ପ୍ରଧାନ, ଆସ୍କା ଏସ୍.ଡି.ପି.ଓ ସୁର୍ଯ୍ୟମଣି ପ୍ରଧାନ,ଆସ୍କା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ଆସ୍କାରେ ନୁତନ ଭାବେ ପ୍ରୋବେସନାଲ୍ ଆଇ.ପି.ଏସ୍ ଘଟଣାସ୍ଥଳରେ ପହଞ୍ଚି ଛତ୍ରପୁର ରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ସହ ମିଶି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରିରଖିଛନ୍ତି ।ଘଟଣାକୁ ଲୁଚାଇବା ପାଇଁ ଯାଇ ପରିବାର ଲୋକେ ମୃତକକୁ ଘଟଣାସ୍ଥଳ ଛାତ ଉପରୁ ତଳକୁ ନେଇ ଆସିଥିବା ବେଳେ ଏଣେ ତେଣେ ପଡିଥିବା ରକ୍ତଛିଟାକୁ ଓଦା କପଡା ରେ ପୋଛିଦେଇଥିବା ଦେଖିବାକୁ ମିଳିଛି ।ମିଳିଥିଲା ସୁଚନା ପ୍ରକାରେ,ଆଜି ସକାଳ ୮.୩୦ ମି ସମୟରେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ ବଡଗଡ ଥାନା ଅନ୍ତର୍ଗତ କେ.ଭିମପୁର ଗାଁରେ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଘଟଣା କ’ଣ ଜାଣିବା ପାଇଁ ଗ୍ରାମବାସୀ ଶବ୍ଦ ହୋଇଥିବା ଗାଁର ଲିଙ୍ଗା ମଳିକକଙ୍କ ଘର ଆଡକୁ ଦୌଡ଼ି ଥିଲେ, ଲିଙ୍ଗା ମଳିକଙ୍କ ଛାତ ଉପରେ ଲିଙ୍ଗାଙ୍କ ପୁଅ ବୁଲୁ ମଳିକ(୩୦) ଙ୍କ ମୃତ ଦେହ ପଡିଥିବା ବେଳେ ବାଟଶାସନ ଗ୍ରାମର ପ୍ରକାଶ ନାୟକ(୪୬) ଓ ନନ୍ଦିଆ ନାୟକ (୪୦) ଦୁହେଁ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ ।ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ପ୍ରକାଶ ଓ ନନ୍ଦିକୁ ଶେରଗଡ଼ ମେଡିକାଲ ଚିକିତ୍ସା ପାଇଁ ପଠାଇଥିଲେ ।ସେଠାରେ ନନ୍ଦିଆ ର ଅବସ୍ଥା ଗୁରୁତର ଥିବାରୁ ତାକୁ ଡାକ୍ତର ବ୍ରହ୍ମପୁର ବଡମେଡିକାଲ୍ ପଠାଇଥିବା ବେଳେ ପ୍ରକାସ ଶେରଗଡରେ ଚିକିତ୍ସିତ ହେଉଛି ।ଉଭୟଙ୍କ ହାତ,ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଛି ।ଏ ନେଇ ମୃତ ବୁଲୁର ବାପା ଲିଙ୍ଗା ବଡଗଡ ଥାନାରେ ଦେଇଥିବା ଏତାଲା ପ୍ରକାରେ ୨୮୩/୨୦ ରେ ଏକ ମାମଲା ରୁଜ୍ଜୁ କରି ଥାନାଧିକାରୀ ଶ୍ରୀ ତ୍ରିପାଠୀ ଘଟଣାର ତଦନ୍ତ କରୁଛନ୍ତି ।ପ୍ରକାଶ ଥାଉକି, ବଡଗଡ ଅଞ୍ଚଳରେ ବାରହା ଙ୍କ ଉପଦ୍ରବ ଯୋଗୁଁ ଲୋକେ ଇଲେକ୍ଟ୍ରିକ୍ ସକ୍ ଓ ବୋମା ଦ୍ୱାରା ବାରହା ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି ।ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ଭିଡୁଥିବା ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରୁଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମ୍ ର ଛାନଭିନ୍ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ କହିଛି । ମୃତ ବୁଲୁ ର ଶବ ଆସ୍କା ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଯାଇଛି ଏବଂ ବ୍ୟବଚ୍ଛେଦ ପରେ ତାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ କହିଛି ।