ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ଫସଲ ନଷ୍ଟ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବୋରିଗ୍ରାମ ରେ ଦୁଇଟି ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଦମକଳ ବାହାନି ପହଞ୍ଚି ନିଆଁ ଆୟତ୍ତ କରିଥିବା ଜଣାପଡିଛି ।ଉକ୍ତ ଗ୍ରାମର ନକୁଳ ନାହାକ, ର ତିନି ଏକର, ସୁଦାମ ନାହାକ ର ଦୁଇ ଏକର ଜମିର ଧାନ ଫସଲ ନିଆଁ ଲାଗି ପୋଡି ହୋଇ ପାଉଁଶ ହୋଇଯାଇଥିବା ଦେଖା ଜାଇଛି । ନିଆଁ କିପରି ଲାଗିଲା ତାହା ଜଣାପଡୁନଥିବା ବେଳେ, ପ୍ରଶାସନ କ୍ଷତିପୂରଣ ଦେବାକୁ ବିଭିନ୍ନ ମହଲରେ ଦାବିହୋଇଛି ।