ବୋରୀ ଉଚ୍ଚ ବିଦ୍ୟାଳୟରେ ଆମ ପୋଲିସ ବୈଠକ

ଗାଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁର ନିକଟସ୍ଥ ବୋରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାଙ୍ଗପୁର ଥାନା ଆମ ପୋଲିସ ସମିତିର ଏକ ବୈଠକ ଥାନାଧିକାରୀ ଧିରେଶ୍ କୁମାର ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗୁଣିଗାରେଡି,ଅନ୍ଧବିଶ୍ୱାସ, ସ୍ୱଚ୍ଛଭାରତ ଓ ଟ୍ରାଫିକ ନିୟମ ପାଳନ ଉପର ମୁଖ୍ୟତ ଆଲୋଚନା ହୋଇଥିଲା । ସହ ମଦ୍ୟପାନ କରି ଗାଡି ଚଳାଇବା, ଓ ଜୁଆ ଖେଳ ଉପରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାଧିକାରୀ ଦାସ ପ୍ରକାଶ କରିଥିଲେ ।ଗାଙ୍ଗପୁର ଥାନା ଅଞ୍ଚଳରେ ବହୁ ବରିଷ୍ଠ ନାଗରିକଙ୍କୁ ଠକି ଚୋରମାନେ କୌଶଳ କ୍ରମେ ଟଙ୍କା ଉଠାଇ ନେଉଥିବାରୁ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରାଯାଇଥିଲା । କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ, ଆମପୋଲିସ ସମିତି ସଦସ୍ୟ ନିକୁଂଜ ଖଣ୍ଡୁଆଳ, ବରିଷ୍ଠ ଆଇନଜୀବୀ ସିମାଞ୍ଚଳ ପୃଷ୍ଟି, ନିତ୍ୟାନନ୍ଦ ବିଷୋୟୀ, ନବୀନ ଭୁୟାଁ, ପଦ୍ମଚରଣ ବିଷୋୟୀ, ଜଗନ୍ନାଥ ବିଷୋୟୀ, ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ଉକ୍ତ ବୈଠକକୁ ଏ.ଏସ.ଆଇ ଆର୍. କେ ସାହୁ ପରିଚାଳନା କରିଥିଲେ ।ଗାଙ୍ଗେୟା ରେଡି, ନାରାୟଣ ପାତ୍ର ଓ ଗ୍ରାମ ଯୁବକ ସଂଘ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ