ବୋରୱେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର ପାଇଁ ମେସିନ୍
ଖୋଲା ବୋରୱେଲରେ ଶିଶୁମାନେ ଖସିପଡୁଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । କେତେବେଳେ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଉଛି ତ ପୁଣି କେତେବେଳେ ଶିଶୁଙ୍କର ବୋରୱେଲ ଭିତରେ ହିଁ ମୃତ୍ୟୁ ହୋଇଯାଉଛି । ଏଭଳି ଘଟଣାକୁ ଦେଖି ତାମିଲନାଡୁର ଜଣେ ବ୍ୟକ୍ତି ଏକ ଅଭିନବ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି । ତାମିଲନାଡୁର ଅବଦୁଲ ରଜାକ ଏଭଳି ଏକ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଖୁବ ସହଜରେ ବୋରୱେଲରେ ଖସିପଡିଥିବା ପିଲାଙ୍କୁ ଉଦ୍ଧାର କରାଯାଇପାରିବ ।ତାମିଲନାଡୁର ମଦୁରାଇ ଜିଲ୍ଲାରେ ରହୁଥିବା ଅବଦୁଲ ଦେଶରେ ଘଟୁଥିବା ଏହି ସବୁ ଘଟଣାକୁ ଦେଖି ବିଚଳିତ ଥିଲେ । ଯାହାକୁ ନେଇ ଉଦ୍ଧାର ଯନ୍ତ୍ରଟିଏ ପ୍ରସ୍ତୁତ କରିବାକୁ ମନ ବଳାଇଥିଲେ । ଏହାକୁ ନେଇ ଅବଦୁଲ କୁହନ୍ତି ଯେ ପିଲାଙ୍କୁ ବୋରୱେଲ ମାଧ୍ୟମରେ ଉଦ୍ଧାର କରିବା ପାଇଁ ଏଥିରେ ଛତା ଟେକ୍ନିକ୍ ବ୍ୟବହାର କରାଯାଇଛି ଯାହା ମାଧ୍ୟମରେ ଖସିପଡିଥିବା ପିଲାଙ୍କୁ ଉଦ୍ଧାର କରାଯାଇପାରିବ । ସେ କହିଛନ୍ତି ଯେ ତ୍ରିଚିରେ ଘଟିଥିବା ବୋରୱେଲ ଦୁର୍ଘଟଣା ତାଙ୍କୁ ବେଶ ଦୁଃଖ ଦେଇଥିଲା । ଯେଉଁଥିପାଇଁ ସେ ଏହି ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏଠାରେ ସୂଚନା ଥାଉ କି ତାମିଲନାଡ଼ୁ ତିରୁଚିରାପଲ୍ଲୀ ଏକ ପରିତ୍ୟକ୍ତ ବୋରୱେଲର ୭୦ଫୁଟ ତଳକୁ ଖସି ପଡ଼ି ଗତ ଚାରି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବା ଦୁଇ ବର୍ଷ ବାଳକ ସୁଜିତ ୱିଲସନ୍ ଶେଷରେ ଅକ୍ଟୋବର ୨୮ ତାରିଖରେ ଜୀବନ ଯୁଦ୍ଧରେ ହାରି ଯାଇଥିଲା ।


