ବୋଲର ଧକ୍କାରେ କଲେଜ ଛାତ୍ରୀ ଗୁରୁତର
ବେଲଗୁଣ୍ଠା,(ଶିବରାମ ଚୈାଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଛକ ନିକଟରେ ଜଣେ କଲେଜ ଛାତ୍ରୀକୁ ବୋଲର ଧକ୍କା ଦେବା ଫଳରେ କଲେଜ ଛାତ୍ରୀ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ଦାଗୀ ଗ୍ରାମର ପୁରୁଷୋତ୍ତମ ଗୈାଡଙ୍କ ଝିଅ ଜ୍ୟୋତି ଗୈାଡ (୧୭) ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ସକାଳ ୮ ଘଣ୍ଟା ସମୟରେ ଜ୍ୟୋତି ନିଜର ସାଇକେଲ ଯୋଗେ ପାଇଲିପଡା ଗ୍ରାମକୁ ଟିୟୁସନ୍ ଯାଉଥିବା ବେଳେ ପାଇଲିପଡା ଛକ ନିକଟରେ ବୋଲର ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଜ୍ୟୋତି ରକ୍ତାତ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଓ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଗୋବରା ମେଡିକାଲରେ ଭର୍ତ୍ତିକରାଯାଇଥ୍ôଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ରହିଥିବାରୁ ଗୁରୁତର ଜ୍ୟୋତିକୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଜ୍ୟୋତି ଗୋବରା ପ୍ରଫୁଲ କୁମାରୀ ମହିଳା କଲେଜର ଯୁକ୍ତ ୨ କଳା ଦ୍ୱିତୀୟ ବର୍ଷର ଛାତ୍ରୀ । ପୋଲିସ ବୋଲର ଗାଡି ସମେତ ବୋଲର ଚାଳକଙ୍କୁ ଅଟକ ରଖି ଥାନାରେ ପଚାରା ଉଚାରା ଜାରୀ ରଖିଥିବା ବେଳେ ଗୁୁରୁତର ଆହାତ ଛାତ୍ରୀଙ୍କ ପରିବାର ତରଫରୁ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।