ବୋଲେବମ ଭକ୍ତ ନିଖୋଜ, ଖୋଜିବାକୁ ଯାଇଥିବା ପୁଅକୁ ମୃତଦେହ ଧରାଇଦେଲା ପୁଲିସ

ହାଟଡିହି, (ବିକାଶ ବିଶ୍ୱାଳ ) : ଅକରୁଆ ଗ୍ରାମର ଜଣେ ବ୍ୟକ୍ତି ବୋଲବମରେ ଗଞ୍ଜାମ ଜିଲ୍ଲାକୁ ପାଣି ଢ଼ାଳିବା ପାଇଁ ଯାଇଥିବାବେଳେ ଫେରିବା ବାଟରେ ପୁରୀରେ ନିଖୋଜ ହୋଇଯାିଥିଲେ । ଦୁଇଦିନ ପରେ ତାକୁ ଖୋଜିବାକୁ ଯାଇଥିବା ପୁଅକୁ ମୃତଦେହ ଧରାଇ ଦେଇ ବିଦା କରିଦେଲା ପୁଲିସ । ମୃତଦେହରେ ଅନେକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସନେ୍ଦହ କରୁଛନ୍ତି । ସୁଚନାରୁ ଜଣାଯାଇଛି ଯେ ଅକରୁଆ ଗ୍ରାମର ୫୦ରୁ ଉର୍ଦ୍ଧ କାଉଡିଆ ଭକ୍ତ ପାଣି ଢ଼ାଳିବାକୁ ଗଞ୍ଜାମ ଯାଇଥିଲେ । ତାଙ୍କ ସହିତ ମୋହନ ଜେନା(୪୫) ନାମକ ଜଣେ ବ୍ୟକ୍ତି ମଧ୍ୟ ଯାଇଥିଲେ । ସେଠାରେ ପାଣି ଢ଼ାଳି ସାରିବା ପରେ ସେମାନେ ପୁରୀ ବାଟଦେଇ ଘରକୁ ଫେରୁଥିଲେ । ପୁରୀରେ ଓହ୍ଲାଇ ଜଗନ୍ନାଥ ଦର୍ଶନ ସହିତ ଭୋଗ କିଣୁଥିବା ସମୟରେ ମୋହନ ଜେନା ନିଖୋଜ ହୋଇଯାଇଥିଲେ । କିନ୍ତୁ ସାଙ୍ଗରେ ଯାଇଥିବା ଲୋକମାନେ ଅନେକ ଖୋଜାଖେଜି କରି ନପାଇବାରୁ ସେମାନେ ତାଙ୍କ ପରିବାରକୁ ଜଣାଇଥିଲେ । ସେମାନେ ଘରକୁ ଆସିବାପରେ ମୋହନଙ୍କ ଦୁଇ ପୁଅ ଅପୁର୍ବ ଓ ବୁଦ୍ଧଦେବ ବାପାକୁ ଖୋଜିବାକୁ ପୁରୀ ଯାଇଥିଲେ । ସେଠାରେ ଅନେକ ଖୋଜାଖୋଜି କରିବାପରେ ସିହଂଦ୍ୱାର ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ ମଧ୍ୟ କରିଥିଲେ । ତୁମେ ଖୋଜୁଥାଅ ଆମେ ମଧ୍ୟ ସମସ୍ତ ଥାନାକୁ ଖବର ଦେଉଛୁ ବୋଲି ପୁଲିସ ସେମାନଙ୍କୁ କହିଥିଲା । ଏପରିକି ତୁମେ ପୁରୀ ଛାଡିଲେ ଆମକୁ ଜଣାଇବ ବୋଲି ମଧ୍ୟ କହିତôଲା । କିନ୍ତୁ ଦୁଇଦିନ ପରେ ଅର୍ଥାତ ଗତକାଲି ପୁଲିସ ତାଙ୍କ ପୁଅକୁ ଫୋନକରି ଆସ ତୁମ ବାପା ମିଳିଗଲେ ବୋଲି କହି ଡକାଇଥିଲେ । ଏମାନେ ଯାଇ ପହଞ୍ଚିବା ବେଳକୁ ପୁଲିସ ଶବକୁ ପୋଷ୍ଟମଟମ କରାଇ ଦେଇ ତୁରନ୍ତ ନିଅ ସକ୍ରାର କର ବୋଲି କହିଥିଲା । ଏମାନେ ବାପାର ମୃତୁ୍ୟର କାରଣ କଣ ବୋଲି ପଚାରିବାରୁ ପୁଲିସ ତୁମେ ସକ୍ରାର କରିବ ନା ଆମେ କରିଦେବୁ ବୋଲି ଧମକ୍ ଦେବାରୁ ପୁଅ ଦୁଇଜଣ ନିରୁପାୟ ହୋଇ ସେହିଠାରେ ବାପାଙ୍କ ଶବକୁ ସକ୍ରାର କରିଦେଇ ଅସ୍ଥି ଧରି ଭୟଭୀତ ଅବସ୍ଥାରେ ଘରକୁ ଫେରି ଆସିଲେ । କିନ୍ତୁ ପୁଲିସରେ ନିଖୋଜ ସମ୍ପର୍କରେ ଅଭିଯୋଗ ହୋଇଥିଲେବି ଯଦି ପୁଲିସ ମୃତଦେହ ପାଇଲା ତେବେ କାହିଁକି ତାଙ୍କ ପୁଅକୁ ଜଣାଇଲା ନାହିଁ । ମୋହନଙ୍କ ଦେହରେ ଯେଉଁ କ୍ଷତ ଚିହ୍ନ ଥିଲା ତାହା ଆସିଲା କେଉଁଠୁ, ପୁଲିସ ଏତେ ତରବରିଆ ଭାବେ ଶବ ୍ୟବଚ୍ଛେଦ କରିଦେଲା କାହିଁକି ଏପରି ଅନେକ ପ୍ରଶ୍ନ ଏବେ ମୋହନଙ୍କ ପରିବାର ଓ ଗ୍ରାମବାସୀଙ୍କ ମନରେ ଉଙ୍କି ମାରୁଛି । ପୁଲିସ ଉଚ୍ଚ କର୍ତ୍ତୁପକ୍ଷ ଏହାର ବିଦ୍ଧିବଦ୍ଧ ତଦନ୍ତ କରାଇ ମୋହନଙ୍କ ମୃତୁ୍ୟ ରହସ୍ୟ ଉନ୍ମୋଚନ କରାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ