ବୋଲେରୋ-କଣ୍ଟେନର ଧକ୍କା, ୧୨ ଗୁରୁତର

ଚିଲିକା (ଯୁଗାଦ୍ଧ ନ୍ୟୁଜ): ନାଚୁଣୀ ଓ କୟଥପଲ୍ଲୀ ମଧ୍ୟବର୍ତ୍ତୀ ୧୬ନଂ ଏନ୍ଏଚ୍ ଉପରେ ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ଗଞ୍ଜାମ ଆଡ଼କୁ ଯାଉଥିବା ଏକ ବୋଲେରୋ ଦ୍ରୁତଗତିରେ ଆସି ଡିଭାଇଡର ଅତିକ୍ରମ କରି ଅନ୍ୟପଟ ରୋଡ୍ରେ ଭୁବନେଶ୍ୱର ପଟକୁ ଯାଉଥିବା ଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବୋଲେରୋ ଚାଳକ ଟୁକୁନା ଦାସଙ୍କ ସମେତ ଅନ୍ୟ ୧୧ଜଣ ଯଥା ପିଣ୍ଟୁ ନାୟକ (୩୦), ଭାଗୁ ନାୟକ (୬୦), ଅମୁଲି ନାୟକ (୫୦), ଧନୁ ନାୟକ (୩୦), ମନୁ ନାୟକ (୩୫). ଶାନ୍ତି ନାୟକ (୩୭), ଭାଗୀ ଦେଇ (୨୨), ସିପୁ ନାୟକ (୨୩), ରାଜଲକ୍ଷ୍ମୀ (ଦେଢ଼ବର୍ଷ), ପ୍ରଭାତ (୪), ଦିଲ୍ଲିପ (୮)ଙ୍କ ଅବସ୍ଥା ଗୁରୁତର ରହିଛି । ନାଚୁଣୀ ଓ କୁହୁଡ଼ି ପୁଲିସ୍ ସହଯୋଗରେ ସମସ୍ତଙ୍କୁ ପ୍ରଥମେ ଟାଙ୍ଗୀ ସରକାରୀ ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଭାଙ୍ଗିରୁଜି ଯାଇଥିବା ଉଭୟ ଗାଡ଼ିକୁ ପୁଲିସ୍ ଜବତ କରି ଅନୁସନ୍ଧାନ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ