ବୋଲେର ଦୁର୍ଘଟଣାଗ୍ରସ୍ତ,ଜଣେ ଗୁରୁତର,୪ ଆହତ

ଯୋଡ଼ା- କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣସାହି ଠାରେ ଗୁରୁବାର ରାତିରେ ଏକ ବୋଲେର ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବାବେଳେ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାଅନୁସାରେ ବୋଲେର ନଂ ଓଆର୦୯ଏଲ ୧୫୨୨ଯୋଗେ ଯୋଡ଼ା ପୌରପାଳିକାର ୫ଜଣ କର୍ମଚାରୀ ବାଲେଶ୍ୱରରେ ଏକ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଡ଼ା ଅଭିମୁଖେ ଫେରୁଥିବାବେଳେ ବିଲେଇପଦା କାରଣସାହିଠାରେ ରାତି ପ୍ରାୟ ୧୨.୧୫ ମି. ସମୟରେ ବୋଲେରଟିଏକ ଟ୍ରକକୁ ପଛ ପାଶ୍ୱର୍ରେ ଧକ୍କା ଦେଇଥିଲା ।ଫଳରେ ବୋଲେର ଭିତରେ ବସିଥିବା ଯୋଡ଼ା ପୌରପାଳିକାର ପରିମଳ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର,କନିଷ୍ଠ ଯନ୍ତ୍ରୀ ଭାଗବତ ନାଏକ,ଡ଼ାଟା ଅପରେଟର ଆଶିଶ ମହାନ୍ତି,ସହକାରୀ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ,କଳାକର ସାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ପରିମଳ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ଗୁରୁତର ଆହତ ହୋଇଥିବାବେଳେ ଅନ୍ୟମାନେ ମଧ୍ୟ ଆହତ ହୋଇଥିଲେ । ସେମାନଙ୍କୁ ୧୦୮ଯୋଗେ ଯୋଡ଼ାଟାଟାଷ୍ଟିଲ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଘଟଣାସ୍ଥଳରେ ବିଲେଇପଦା ଫାଣ୍ଡିପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ