ବୋଲେର ସହ ୨୧ କିଲୋ ଗଂଜେଇ ଜବତ; ୩ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍  ଏକ ବୋଲେର ଗାଡ଼ି ସହିତ ୨୧ କେଜି ଗଂଜେଇ ଜବତ କରିଛି। ଏହି ଘଟଣାରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ପୁଲିସର ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ଡିମିରିଗୁଡା ରାସ୍ତାର ସିମିଳିସାହି ଛକ ନିକଟରେ ତନଖି ଆରମ୍ଭ କରିଥିବା ବେଳେ ଜବତ ବୋଲେରକୁ ଧରିବାରେ ସଫଳ ହୋଇଛି। ଜବତ ଗଞେଇ ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ଠାରୁ ଭବନେଶ୍ୱର ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ଏହି ଘଟଣାରେ ଡିମିରିଗୁଡା ଗ୍ରାମର ଲିପୁନ ଦଳବେହେରା, ସରତ ଦିଗାଳ ଓ ଭରତ କହଁର ୩ ଜଣକୁ ଗିରଫ କରି ଏକ ମାମଲା ରୁଜୁକରି ସମସ୍ତଙ୍କ କୋର୍ଟ ଚାଲଣ କରାଯାଇଥିବା ବେଳେ ଘଟଣାର ତଦନ୍ତ ଏସଆଇ ପ୍ରଦୀପ କୁମାର ରାଉତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ