ବୋହୁର ଟାଙ୍ଗିଆ ମାଡରେ ଶ୍ୱଶୁର ମୃତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତ ରଣପାଳ (ବେଲଗଡିଆ) ଗ୍ରାମର ପବନା ହାତୀ (୬୩)ଙ୍କ ଏକମାତ୍ର ପୁଅ ପୁଅ ଉତ୍କଳ କୋରାଇ ଥାନା ଅନ୍ତର୍ଗତ ତୁଳତୀ ପଂଚାୟତର ଖଇରା ଗ୍ରାମର ରୁପା ହାତୀଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ବିବାହର ତିନି ବର୍ଷ ବିତି ଯାଇଛି । ପବନା ଓ ଉତ୍କଳ ମୂଳ ଲାଗି ଘର ଚଳାନ୍ତି । ସେମାନଙ୍କ ମଧ୍ୟରେ ବାରମ୍ବାର କଳହ ଲାଗିରୁହେ । ସୋମବାର ରାତ୍ରୀରେ ପାରିବାରିକ କଳହ ଉପୁଜିଥିଲା । ଉତ୍କଳଙ୍କ ଅନୁପନସ୍ଥିତିରେ ରୂପା ଏକ ଟାଙ୍ଗିଆରେ ତାର ଶ୍ୱଶୁର ପବନାକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳେ ପବନାର ମୃତ୍ୟୁ ହୋଇଥିଲା । ପବନାର ମୃତ୍ୟୁ ହେବା ଦେଖି ରୂପା ଫେରାର ହୋଇଯାଇଥିଲା । ଉତ୍କଳ ଆସି ଘରେ ପହଂଚିବା ବେଳକୁ ପବନାର ମୃତ୍ୟୁ ହୋଇସାରିଥିଲା । ଏନେଇ ଉତ୍କଳ ପାଣିକୋଇଲି ଥାନାରେ ଲିଖିତ ଭାବେ ଜଣାଇବା ପରେ ପାଣିକୋଇଲି ପୁଲିସ ଘଟଣାସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଏନେଇ ଏକ ମାମଲା ୨୩୦/୨୧ ରୁଜ୍ଜୁ କରିବା ସହ ପୁଲିସ ରୂପାକୁ ଖୋଜି ପାଇନଥିଲା । ଆଜି ଘଟଣାସ୍ଥଳେ ଏସପି ରାହୁଲ ପିଆର ଓ ଅପରାହ୍ନରେ ସାଇନଟିଫିକ ଟିମ ସନ୍ଧ୍ୟାରାଣୀ ଭୂୟାଙ୍କ ନେତୃତ୍ୱରେ ପହଂଚି ଅନୁସନ୍ଧାନ ଆରମ୍ଭ କରିଥିଲେ । ସନ୍ଧ୍ୟା ୬ଟା ସମୟରେ ଥାନାଧିକାରୀ ସୁଶିଲ କୁମାର ନାୟକ, ଏଏସଆଇ ଅଭୟ କୁମାର ନାୟକ, ପ୍ରତାପ ଗଡନାୟକ ସଦଳବଳେ ଉପସ୍ଥିତ ରହି ପବନାର ପଂଚନାମା କରାଇ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ସଦର ମହକୁମା ଚିକିତ୍ସାଳୟକୁ ପଠାଇଛି । ପବନାର ଆକସ୍ମିକ ହତ୍ୟା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳେ ପୁଲିସ ମୁତୟନ କରାଯିବା ସହ ରୂପାକୁ ଖୋଜା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ