ବୋହୂକୁ ନେଇ ଏମିତି କିଛି କହିଲେ ଅମିତାଭ
ଅମିତାଭ ବଚ୍ଚନ ଏକ ଟ୍ୱିଟ୍ କରିଥିଲେ । ଆଉ ଏହି ଟ୍ୱିଟକୁ ନେଇ ଜୋର ଚର୍ଚ୍ଚା ଚାଲିଛି । ଏଥିରେ ଅମିତାଭ୍ ଲେଖିଥିଲେ, “ଲୋକେ ସବୁ ବେଳେ କହନ୍ତି, ଆରେ ଇଏ ହେଉଛି ଆମ ଘରର ବୋହୂ । କିନ୍ତୁ ସେମାନେ କହନ୍ତି ନାହିଁ, ଆରେ ଏହା ଆମ ବୋହୂର ଘର ।’ ଏ ଖବର ଲେଖାଯିବା ବେଳକୁ ତାଙ୍କର ଏହି ଟ୍ୱିଟ୍କୁ ୨୫ ହଜାର ଲୋକ ଲାଇକ୍ କରିଥିବା ବେଳେ ୨,୩୦୦ରୁ ଅଧିକ ଥର ରିଟ୍ୱିଟ୍ କରାଯାଇଛି । ତା’ସହିତ ପାଖାପାଖି ୨୦୦୦ ଲୋକ ଏହା ଉପରେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି । ଅନେକ ୋକ ତାଙ୍କର ଏହି କଥାକୁ ପସନ୍ଦ କରିଛନ୍ତି ଓ ଏମିତି ହେବା କଥା ବୋଲି କହିଛନ୍ତି । ଲୋକେ ପ୍ରତିକ୍ରିୟା ଦେଇ ସମାଜରେ ମହିଳାଙ୍କୁ ସମାନ ଅଧିକାର ମିଳିବା ଉଚିତ୍ ବୋଲି କହିଛନ୍ତି । ଅବଶ୍ୟ କିଛି ଲୋକ ନକାରାତ୍ମକ ପ୍ରତିକ୍ରିୟା ବି ଦେଇଛନ୍ତି । ଆଉ କେହି କେହି କହିଛନ୍ତି ଯେ ଅମିତାଭ ପୁରୁଷମାନଙ୍କ ପାଇଁ ବି କିଛି ଲେଖନ୍ତୁ ।ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ସୋଶାଲ୍ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି । ଟ୍ୱିିଟରରେ ସେ ତାଙ୍କ ଫିଲ୍ମ ସମ୍ପର୍କିତ ସୂଚନା ଦେବା ସହ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ମତ ରଖନ୍ତି । ଏହା ସହିତ ତାଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କର କବିତା ମଧ୍ୟ ଶେଆର କରିଥା’ନ୍ତି ।