ବୋହୂ ଐଶ୍ୱର୍ଯ୍ୟାଙ୍କୁ ଖୁବ୍ ଭଲ ପାଆନ୍ତି ଜୟା

ମୁମ୍ବାଇ: ଜୟା ବଚ୍ଚନ ତାଙ୍କ ପୁତ୍ରବଧୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଖୁବ୍ ନାପସନ୍ଦ କରନ୍ତି ନାହିଁ ବୋଲି ଶୁଣିବାକୁ ମିଳେ । ହେଲେ ନିକଟରେ ବଲିଉଡ୍ ନିର୍ଦ୍ଦେଶକ କରନ ଜୋହରଙ୍କ ଟେଲିଭିଜନ ଶୋ’ କଫି ଉଇଥ୍ କରନରେ ଜୟା ଏହା ଉପରୁ ପରଦା ଉଠାଇଛନ୍ତି । ଏହି ଶୋ’ର ଏକ ପ୍ରମୋ ଏବେ ଦେଖିବାକୁ ମିଳିଛି । ଯେଉଁଥିରେ ବଚ୍ଚନ ପରିବାରର ମୁଖ୍ୟ ସଦସ୍ୟମାନେ ନଜର ଆସିଛନ୍ତି । ଆଉ ଏହି ପ୍ରମୋରେ ଅମିତାଭଙ୍କୁ କରନ ପ୍ରଶ୍ନ କରୁଥିବା ବେଳେ ଅମିତାଭ ଏହାର ଉତ୍ତର ରଖିଛନ୍ତି । ସେମିତି କରନ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବୋହୂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଐଶ୍ୱର୍ଯ୍ୟା ଏତେ ବଡ କଳାକାର ହେଲେ ବି ଘରେ ସେ ସାଧାରଣ ବୋହୂ ଭଳି ସମସ୍ତଙ୍କୁ ସ୍ନେହ ଆଦର କରନ୍ତି । ଆଉ ଐଶ୍ୱର୍ଯ୍ୟା ଖୁବ୍ ସ୍ନେହି ବୋଲି ମଧ୍ୟ ଜୟା କହିଛନ୍ତି । ଆଉ ଶାଶୁବୋହୂଙ୍କ ସମ୍ପର୍କ ଖୁବ୍ ନିବିଡ ବୋଲି ଏବେ ଜୟାଙ୍କ ଏହି କଥାରୁ ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ