ବୌଦ୍ଧ ଧର୍ମର ପ୍ର•ର ପ୍ରସାର ଦିଗରେ ବୋଧିସତ୍ତ୍ୱ ଧର୍ମପାଳଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର,: ସର୍ବଭାରତୀୟ ମହାବୋଧି ସମିତି, ଓଡ଼ିଶା ଶାଖା ପକ୍ଷରୁ ସମିତିର ପ୍ରତିଷ୍ଠାତା ବୋଧିସତ୍ତ୍ୱ ଅନାଗରିକ ଧର୍ମପାଳଙ୍କ୧୫୫ତମ ଜୟନ୍ତୀ ଉତ୍ସବ ବୁଦ୍ଧ ମନ୍ଦିରଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଆଜି ସକାଳୁ ବୁଦ୍ଧ ମନ୍ଦିର ପରିସରରେ ଥିବା ଧର୍ମପାଳଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ସୂତ୍ର ପାଠ କରାଯାଇଥିଲା । ପୂର୍ବର୍ାହ୍ନରେ ଆୟୋଜିତ ସ୍ମୃତି•ରଣ ସଭାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଶିଷ୍ଟ ବୁଦ୍ଧିଜୀବି, ଗାନ୍ଧିକଥାର ବାଖ୍ୟାକାର ପ୍ରଫେସର ଜୀତେନ୍ଦ୍ର ନାରାୟଣ ଦାସ (ଦାଶ ବେନୁହୁର) କହିଲେ ଯେ, ଆଜକୁ ୧୫୫ ବର୍ଷ ତଳେ ଜନ୍ମ ହୋଇଥିବା ଜଣେ ମଣିଷ ସାରା ପୃଥିବୀରେ ବୌଦ୍ଧ ଧର୍ମର ପ୍ର•ର ପ୍ରସାର ପାଇଁ ଯେଉଁ ନିଷ୍ଠା ପ୍ରଦର୍ଶନ କରିଛନ୍ତି ତାହା ଆଜି ଆମ ସମସ୍ତଙ୍କୁ ବିସ୍ମିତ କରିଛି । ଚିକାଗୋ ଧର୍ମ ସଂସଦରେ ଅନାଗରିକ ଧର୍ମପାଳଙ୍କ ବକ୍ତବ୍ୟ ସମଗ୍ର ବିଶ୍ୱବାସୀଙ୍କୁ ଚମକାଇ ଦେଇଥିଲା । ସଭାମଞ୍ଚରୁ ଆସିବା ପରେ ହଜାର ହଜାର ଶ୍ରୋତା କେବଳ ତାଙ୍କୁ ବଧାଇ ଜଣାଇନଥିଲେ ବୌଦ୍ଧ ଧର୍ମକୁ ଆଦରି ନେଇଥିଲେ । ସେହିଠାରେ ତାଙ୍କର ସ୍ୱାମୀ ବିବେକାନନ୍ଦଙ୍କ ସହ ଯେଉଁ ବନ୍ଧୁତା ସୃଷ୍ଟି ହୋଇଥିଲା ତାର ନିଦର୍ଶନ ହେଉଛି ମହାବୋଧୀ ସମିତିର ଅନ୍ତରାଷ୍ଟ୍ରୀୟ ମୁଖ୍ୟାଳୟ କୋଲକତାଠାରେ ପ୍ରତିଷ୍ଠା । ଆଜକୁ ୧୨୭ବର୍ଷ ତଳେ ଏହି ଅନୁଷ୍ଠାନ ସେ ପ୍ରତିଷ୍ଠା କରି ବୌଦ୍ଧ ଧର୍ମର ଐତିହ୍ୟ କିର୍ତ୍ତୀରାଜିକୁ ସେ କେବଳ ସୁରକ୍ଷିତ କରିନାହାଁନ୍ତି ବୌଦ୍ଧଧର୍ମକୁ ସାରା ପୃଥିବୀରେ ପହଞ୍ଚାଇବାରେ ବୋଧିସତ୍ତ୍ୱ ଧର୍ମପାଳ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛନ୍ତି । ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ର ଅଧ୍ୟକ୍ଷ ଡଃ ଆର୍ତ୍ତତ୍ରାଣ ମିଶ୍ର ଭଗବାନ ବୁଦ୍ଧଙ୍କ ମାନବ ସମାଜ ପ୍ରତି ମହତ୍ବାଣୀର ଅବତାରଣା କରିଥିଲେ । ସଭାରେ ପୌରହିତ୍ୟ କରି ଓଡ଼ିଶା ଶାଖାର ସଭାପତି, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ଶ୍ରୀଲଙ୍କା ଭଳି ବହୁ ଦେଶରେ ବୋଧିସତ୍ତ୍ୱ ଧର୍ମପାଳ ଦ୍ୱିତୀୟ ବୁଦ୍ଧ ଭାବେ ପୂଜା ପାଉଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବୋଧି ସୋସାଇଟିର ନବନିର୍ବାଚିତ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଅନୁଷ୍ଠାନର ଟ୍ରଷ୍ଟି ତଥା ଓଡ଼ିଶା ଶାଖାର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଆଜୀବନ ସଦସ୍ୟ ବିମଳ ଦାସ, ନବୀନ ସାହୁ, କରୁଣାକର ପ୍ରଧାନ, ଆଡ଼ଭୋକେଟ ବନ ମହାନ୍ତି, ଶ୍ରୀକାନ୍ତ ମିଶ୍ର, ଅମିତ୍ କର, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ, ବୌଦ୍ଧଧର୍ମପ୍ରେମୀ, ଜନସାଧାରଣ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ