ବ୍ରଏଲର ଫାର୍ମ ତଦନ୍ତ ସହ ଡାଏରୀ ଫାର୍ମ ପରିଦର୍ଶନ କଲେ ଜିଲ୍ଳା ପ୍ରାଣୀ ଚିକିତ୍ସାଧିକାରୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାସଗୃହ ଠାରୁ ୧୦୦ ମିଟର ଦୂରରେ ଏକ ବ୍ରଏଲର ଫାର୍ମ ଥିବା ଯୋଗୁ ପରିବେଶ ପ୍ରଦ୍ୟୁଷିତ ହେବା ନେଇ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ ହୋଇଥିଲା । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ତପନ କୁମାର ମିଶ୍ର, ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଚନ୍ଦ୍ର ଶେଖର ରଥ, ଭାରାପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିରୀ ଚିତ୍ତ ରଞ୍ଜନ ଦାଶ ପ୍ରମୁଖ ସଂପୃକ୍ତ ଗ୍ରାମକୁ ଯାଇ ତଦନ୍ତ କରିଥିବା ଜଣାଯାଇଛି । ସେହିପରି ଜିଲ୍ଲା ଅଧିକାରୀ ମାନେ ଓଡଙ୍ଗ ଗ୍ରାମର ଚାଷୀ ଅକ୍ଷୟ କୁମାର ବାରିକଙ୍କ ଘାସ ଫୋଡର ଫାର୍ମ ଓ ଡାଏରୀ ଫାର୍ମ ସମେତ ଓଡଙ୍ଗ ପ୍ରାଣୀଧନ ନୀରିକ୍ଷକ କାର୍ଯ୍ୟାଳୟ ଆଦି ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ବେଳେ ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ ଉପସ୍ଥିତ ଥିଲେ ।


