ବ୍ରଜପାତରେ ୨ ମୃତ
ହିଂଜିଳିକାଟୁ (ଶେଷଦେବ ସାହୁ) : ହିଂଜିଳିକାଟୁ ବ୍ଳକ ତଥା ପୁରୁଷୋତମପୁର ଥାନା ସାହାପୁର ଓ ଦିଗାପଡ଼ା ଶାସନ ଗ୍ରାମରେ ଶନିବାର ଅପରାହହ୍ନରେ ବ୍ରଜପାତ ଘଟିି ୨ ଜଣଙ୍କର ଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ସାହାପୁର ଗ୍ରାମର ଉଦୟ ମଳିକଙ୍କ ନାବାଳକ ପୁତ୍ର ଜିତୁ (୧୭) ଓ ଦିଗାପଡ଼ା ଶାସନ ଗ୍ରାମର ରଘୁନାଥ ନାୟକଙ୍କ ପୁଅ ଗଣେଷ ନାୟକ (୩୦) । ଶନିବାର ଅପରାହ୍ନ ପ୍ରାୟ ସାଢେ ୨ ଘଂଟା ସମୟରେ ବର୍ଷା ହେବା ସହ ଆକାଶରେ ବିଜଳି ଚମକିଥିଲା । ସେହି ସମୟରେ ଜିତୁ ମଇଁଷି ଚରାଇବାକୁ ଗ୍ରାମ ନିକଟକୁ ଯାଇଥିବା ବେଳେ ବ୍ରଜପାତ ଘଟିବାରୁ ଗୁରୁତର ଆହାତ ହୋଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରୁ ଜିତୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁରୁଷୋତମପୁର ପୋଲିସ ହିଂଜିଳିକାଟୁ ଡ଼ାକ୍ତରକାନାରେ ପଂହଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିଛି । ରବିବାର ସକାଳେ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ପୋଲିସ କହିଛି । ସେହିପରି ଗଣେଷ କୌଣସି କାମରେ ବାହାରକୁ ଯାଇ ଘରକୁ ଡେଫରୁଥିବା ସମୟରେ ବ୍ରଜପାତ ଘଟିବାରୁ ରାସ୍ତା ଉପରେ ପଡ଼ି ଯାଇଥିଲେ । ଗ୍ରାମବାସୀ ଗଣେଷଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଗଣେଷଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିଛି ।


