ବ୍ରହ୍ମକୁମାରୀ ଆଶ୍ରମ ପକ୍ଷରୁ ସାମୂହିକ ରକ୍ଷା ବନ୍ଧନ

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତ ଅଞ୍ଚଳରେ ଆଜି ପବିତ୍ର ରକ୍ଷା ବନ୍ଧନ ସହିତ ବଳଭଦ୍ର ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଆଜିର ଦିନରେ ଭଉଣୀମାନେ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ ମନାସିଥିବାବେଳେ ଅନୁରୂପ ଭାବେ ଭଉଣୀ ମାନଙ୍କ ସୁରକ୍ଷା ପାଇଁ ଭାଇ ମାନେ ପ୍ରତିଶୃତିବଦ୍ଧ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମୂହ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଛି । ଭଣ୍ଡାରିପୋଖରୀ ଶାଖା ଆଶ୍ରମର ବିକେ ସରସ୍ୱତୀ ଭଉଣୀ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କାଙ୍କ ସମେତ ମେଡିକାଲରେ ରକ୍ଷା ବନ୍ଧନ କରିଥିଲେ । ଏତଦବ୍ୟତୀୟ ଆଖପାଖ ସ୍ଥାନକୁ ଭଉଣୀଙ୍କ ସମେତ ସଦସ୍ୟମାନେ ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ହାତରେ ରକ୍ଷା ବନ୍ଧନ ବାନ୍ଧିଥିଲେ । ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଶ୍ରମ ଠାରେ ସମୂହ ରକ୍ଷା ବନ୍ଧନ ସହିତ ଆଧ୍ୟାତ୍ମିକ ଚେତନା ମୁରଲୀ କ୍ଲାସ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଖପାଖ ଅଞ୍ଚଳର ଅନେକ ଭାଇଭଉଣୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ବିକେ ଅଶୋକ ଭାଇ, ବିକେ ସୁଶାନ୍ତ ଭାଇ, ବିକେ ସୁବାଶିଷ ଭାଇ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ