ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବାର୍ଷିକୋତ୍ସବ

ଡେରାବିଶ(ଜୁଗାବ୍ଦ ନ୍ୟୁଜ୍‍): ଡେରାବିଶ ବ୍ଲକ୍ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚାନ୍ଦୋଳ ଶାଖାର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ଏ ଉପଲକ୍ଷେ ଆୟୋଜିତ ଉତ୍ସବକୁ ଦାନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଉମେଶଚନ୍ଦ୍ର ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଚାନ୍ଦୋଳ ସେବା କେନ୍ଦ୍ରର ସଂଯୋଜିକା ରାଜଯୋଗିନୀ ବି କେ ପିଙ୍କି ଓ ପାରାଦୀପ ସେବା କେନ୍ଦ୍ରର ସଂଯୋଜିକା ବିକେ ସଶ୍ମିତାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟକାର୍ଯ୍ୟାଳୟ ରାଜସ୍ଥାନ ମାଉଣ୍ଟଆବୁରୁ ଆସିଥିବା ଭାଇଭଉଣୀମାନେ ପ୍ରବଚନ ମାଧ୍ୟମରେ ଆତ୍ମା ଓ ପରମାତ୍ମାଙ୍କ ସହିତ ସମ୍ପର୍କ ରଖି ସଂସ୍କାର ପରିବର୍ତ୍ତନ ଦ୍ୱାରା ସଂସାରର ପରିବର୍ତନ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ଶହରୁ ଉଦ୍ଧ୍ୱର୍ ଈଶ୍ୱରୀୟ ବିଦ୍ୟାର୍ଥି ଏଥିରେ ଜ୍ଞାନ ଆହାରଣ କରି ନିଜକୁ ପରିବର୍ତନ କରିବାର ପ୍ରତିଜ୍ଞା ନେଇଥିଲେ । କାର୍ଯ୍ୟକ୍ରମକୁ ବିକେ ରଘୁ, ବି.କେ ସୁଶାନ୍ତ, ବି.କେ ଶିବପ୍ରସାଦ ଓ ବି.କେ ଗୌରାଂଗ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ