ବ୍ରହ୍ମକୁମାରୀ ରିଟ୍ରିସ ସେଣ୍ଟରରେ ଯୋଗ ଦିବସ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ରାମଚନ୍ଦ୍ରପୁର ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୁ ଉପହାର ରିଟିଟ ସେଣ୍ଟର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ସବଜୋନ ସଂଞ୍ଚାଳିକା ରାଜଯୋଗିନୀ ମଞ୍ଜୁ , ମାଳା , ଏସ୍ ଡି .ଜେ ଏମ୍ ଭଗିନୀ ସରୋଜିନୀ ସାହୁ , ଲାୟନ୍ସ କ୍ଲବର ପ୍ରେସିଡେଣ୍ଟ ସରସ୍ୱତୀ ପାତ୍ର , ଅବସର ପ୍ରାପ୍ତ ମାଜେିଷ୍ଟ୍ରଟ୍ ସୁଂଧାଶୁ ଶେଖର ନାୟକ .ଡ . ପ୍ରକାଶ ଚନ୍ଦ୍ର ପାତ୍ର .ଅଧ୍ୟାପକ ରଞ୍ଜନ ଦାସ , ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଯୋଗ ଯୁଜ୍ ଧାତୁରୁ ଘଙ ପ୍ରତେୟ ସୃଷ୍ଟି ହୋଇଛି । ଯୋଗ ଶବ୍ଦର ଅର୍ଥ ଆତ୍ମାକୁ ପରମାତ୍ମା ସହିତ ଯୋଡିବାର ଅର୍ଥ ହେଉଛି ଯୋଗ । କର୍ମମୟ ଜୀବନ ମଧ୍ୟରେ ଟିକିଏ ଫୁରସତ ମିଳିବା ଓ ନିଜ ମନକୁ ଶାନ୍ତ , ସରଳ ଭାବେ ରଖିବା ଓ ନିଜ ଶରୀରକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ସହ ନିଜକୁ କିପରି ସୁସ୍ଥ ରହିବା ସହ ସମାଜର କିପରି ମଙ୍ଗଳ କରିପାରିବା ତାହା ଉପରେ ଆଲୋକପାତ କରାଯାଇଥିଲା । ଏହି ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ବ୍ରହ୍ମପୁର ସହରର ବହୁ ଜନତା ଯୋଗ ଦେବା ସହ ରାଜଯୋଗ ଓ ମେଡିଟେସନ ଦ୍ୱାରା ଉପକୃତ ହୋଇଥିଲାବେଳେ ନିଳାଚଳ ନଗର ଠାରେ ଅନୁରୁପ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲର ଚେୟାରମ୍ୟାନ ଭଗିନୀ ଡକ୍ଟର ଅରୁନ୍ଧତୀ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବି.କେ ପ୍ରଂଶସା ଯୋଗ ଦେଇଥିଲେ । ମଧୁମେହ ବିଶେଷଜ୍ଞ ଡକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର , ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ