ବ୍ରହ୍ମପୁରରେ ଆଇନ ସେବା ଦିବସ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଜାତୀୟ ଆଇନ ସେବା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ପଦଯାତ୍ରାକୁ ପ୍ରାଧୀକରଣ ସଚିବ ବିଜୟ କୁମାର ଦାସ ଶୁଭାରମ୍ଭ କରିଥିବାବେଳେ ଏହା ବ୍ରହ୍ମପୁର କୋର୍ଟ ପରିସରଠାରୁ ବାହାରି ମେଡିକାଲ କ୍ୟାମ୍ପସ ହାଇସ୍କୁଲ ପରିସର ପର୍ଯ୍ୟନ୍ତ ଯାଇଥିଲା । ଉକ୍ତ ପଦଯାତ୍ରାରେ ପାରା ଲିଗାଲ ଭଲ୍ୟୁଣ୍ଟିଅର , ପ୍ୟାନେଲ ଓକିଲ , ମିଡିଏଟର , ରିଟେନର , ବହୁ ସ୍ୱେଚ୍ଛାସେବୀ ସ୍କୁଲ କ୍ଲବ ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ ।


