ବ୍ରହ୍ମପୁରରେ କରୋନା ସ୍ଥିତି ସଙ୍ଗିନ : ଅତିରିକ୍ତ ତହସିଲଦାର ସମେତ ବିଡ଼ିଓ କରୋନା ପଜିଟିଭ, ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼ ନିର୍ମାଣ
ବ୍ରହ୍ହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁରରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଗଞ୍ଜାମ କନିଷି ତହସିଲଦାରଙ୍କ କରୋନା ପଜିଟିଭ ବାହାରିବା ପରେ ଆଜି ଅତିରିକ୍ତ ତହସିଲଦାର କୋରୋନା ଆକ୍ରାନ୍ତ ହୋଇଥିବା ଜଣାପପଡିଛି । ରଙ୍ଗେଇଲୁଣ୍ଡା ବ୍ଲକ ବିଡିଓ ମଧ୍ୟ କୋରୋନା ପଜିଟିଭ ହୋଇଛନ୍ତି ତତ୍ ସହିତ କୁକୁଡାଖଣ୍ଡି ବ୍ଲକ ବିଡିଓଙ୍କ ସମେତ 6 ଜଣ ବ୍ଲକ କର୍ମଚାରୀ ମଧ୍ୟ କରୋନା ଅଙ୍କ୍ରାନ୍ତ ହୋଇଛନ୍ତି | ଜିଲ୍ଲା ପ୍ରଶାସନ ତରଫରୁ ୬ଟି ସ୍ଥାନକୁ କଣ୍ଟେନମେଣ୍ଟ ଓ ୯ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି | ବ୍ରହ୍ମପୁର ସହର ଭିତର ମୁଖ୍ୟ ପ୍ରବେଶ ପଥ ଓ ଗହଳି ସ୍ଥାନ ଗୁଡିକୁ ପ୍ରଶାସନର ନିର୍ଦେଶ ପରେ ପୁଣି ବେରିକେଟ କରି ସିଲ କରିଦିଆଯାଇଛି | ସହରର ଅନେକ ଅଞ୍ଚଳରେ କରୋନା ପଜିଟିଭ ବାହାରିବା ପରେ ଏବେ ସେହି ଅଞ୍ଚଳ ଗୁଡିକୁ ରାତାରାତି ବେରିକେଟ କରି ପ୍ରବେଶ ପଥ ସିଲ କରିଦିଆଯାଇଛି | ପ୍ରଥମେ କମାପଲ୍ଲୀ, ଗୋଇଲୁଣ୍ଡି, ରାମନଗର ଛକ ସହ ବିଭିନ୍ନ ମୁଖ୍ୟ ରାସ୍ତା ସିଲ କରାଯାଇଛି ଏବଂ ଲୋକମାନଙ୍କୁ ମଧ୍ୟ ସେହି ରାସ୍ତା ଦେଇ ଯିବା ପାଇଁ ମନା କରାଯାଇଛି |ଖୁବ ଶିଘ୍ର ବ୍ରହ୍ମପୁର ସହରର ବିଭିନ୍ନ ଗଳି କନ୍ଦିରେ ବେରୀକଟ ହେବାକୁ ଯାଉଛି, କମାପଲ୍ଲୀ, ନୂଆଁ ବସଷ୍ଟାଣ୍ଡ କାଳୀମନ୍ଦିର, ରାମନଗର ବାଇପାସ ଏହି ୩ଟି ହୋଇଯାଇଛି l ହେବାକୁ ଯlଉଥୁବା ଗଳି ଗୁଡିକ ଅନପୂର୍ଣ୍ଣl ମାର୍କେଟ ଛକ, ମୟୂରୀ ଟାୱାର ଛକ, ଏସଏଣ୍ଟି ରୋଡ, ଗିରୀମାର୍କେଟ, ସାନବଜ଼ାର ଛକ, ମେଣ୍ଟୁ ଛକ, ବାଲୁଙ୍କେଶ୍ୱର ଛକ, ହରଡ଼lଖଣ୍ଡି ଛକ, ରାତି ସୁଦ୍ଧା ସିଲ ହେବାକୁ ଯାଉଛି l ଏହି ସବୁ ଭିତରେ ଛତ୍ରପୁରର ଦୁଇ ପୋଲିସ ଅଧିକାରୀ ଯାହାଙ୍କୁ କରୋନା ହୋଇଥିଲା ସେମାନେ ଏବେ ସୁସ୍ଥ ହୋଇ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।