ବ୍ରହ୍ମପୁରରେ ଖୋଲିଲା ୮ଟି ସରକାରୀ ସ୍ୱତନ୍ତ୍ର ଜ୍ୱର କ୍ଲିନିକ୍

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେଣୁ ବ୍ରହ୍ମପୁର ସହରରେ ୮ଟି ସରକାରୀ ସ୍ୱତନ୍ତ୍ର ଜ୍ୱର କ୍ଲିନିକ୍‌ ଖୋଲାଯାଇଛି। ଉକ୍ତ କ୍ଲିନିକକୁ ଯାଇ ଲୋକେ ନିଜର କରୋନା ଲକ୍ଷଣ ଉପରେ ପରାମର୍ଶ ନେଇପାରିବେ। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ରିଟୁଇଟ୍‌କରି ସୂଚନା ଦେଇଛନ୍ତି। ଏହି ଜ୍ୱର କ୍ଲିନିକ୍‌ ବ୍ରହ୍ମପୁର ସହରରେ ଥିବା ଆସିକା ରୋଡ଼, ଆଗା ସାହି, ବୈକୁଣ୍ଠନଗର, ଗୁଡ୍‌ସେଡ୍‌ ରୋଡ଼, ଖୋଡାସିଙ୍ଗି, ଆମ୍ବପୁଆ, ଉତ୍ତରାମୁଖୀ, ଏସଏନଟି ରୋଡ଼ ରେଡ଼କ୍ରସ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲାଯାଇଛି। ଏହା ଦୈନିକ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ