ବ୍ରହ୍ମପୁରରେ ଗୋଷ୍ଠୀ ସଂଘର୍ଷ, ବୋମା ମାଡ଼, ୩ ଗିରଫ

ବ୍ରହ୍ମପୁର (ଓ୍ବାଇଏନ୍‌ଏସ୍‌): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ନଗର ଓ ପାଣ୍ଡବ ନଗରର କେତେକ ଅସାମାଜିକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବୋମାମାଡ଼ ହୋଇଥିବା ଜଣାପଡିଛି । ବୋମା ମାଡ଼ ବେଳେ ଗୋଟିଏ ବୋମା ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିଥିବା ବେଳେ ଉତ୍ତେଜନା ଲାଗି ରହିଥିବା ଏବଂ ଉଭୟ ସାହି ମଧ୍ୟରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତକାଲି ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରର ଜନୈକ ଭିକି ସେଠୀଙ୍କୁ ଖଣ୍ଡାମାଡ଼ ହୋଇଥିବା ଘଟଣାକୁ ନେଇ ଆଜି ଉକ୍ତ ସଂଘର୍ଷ ଓ ବୋମା ମାଡ଼ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ