ବ୍ରହ୍ମପୁରରେ ବନ୍ଦ ଥିବା ଜିମ୍ ଖୋଲିବା ପାଇଁ ଦାବି
ବ୍ରହ୍ମପୁର, (ଅନିଲ କୁମାର): କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇ ରହିଥିବା ଜିମ୍ ଗୁଡ଼ିକୁ ଖୋଲିବା ପାଇଁ ଗଞ୍ଜାମ ଜିଲ୍ଳା ଫିଟ୍ନେସ ଓନର୍ସ ଏସୋସିଏସନ୍ ପକ୍ଷରୁ ଦାବି କରାଯାଇଛି । ଏହି ଦାବିନେଇ ଶୁକ୍ରବାର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନିଗମ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଥିଲା । ଦୀର୍ଘଦିନ ଧରି ଜିମ୍ ଗୁଡ଼ିକ ବନ୍ଦ ରହିବା ଫଳରେ ଜିମ୍ ମାଲିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଏଠାରେ କୁହାଯାଇଥିଲା । ତେଣୁ ସରକାରଙ୍କ ନିୟମକୁ ଦୃଷ୍ଟିରେ ରଖି ସମଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରି ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଜିମ୍ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ଏଠାରେ ସଂଘ ପକ୍ଷରୁ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାରେ ୬୨ ଟି ଜିମ୍ ରହିଥିବା ବେଳେ ପ୍ରାୟ ୩ ଶହ ପରିବାର ଏହା ଦ୍ୱାରା ନିଜ ପରିବାର ପୋଷଣ କରିପାରୁଥିବା ଏଠାରେ କୁହାଯାଇଥିଲା ।


