ବ୍ରହ୍ମପୁରରେ ଭାରତୀୟ ମଜଦୁର ସଂଘର ୧୪୪ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଭାରତୀୟ ମଜଦୁର ସଂଘ ଓଡିଶା ପ୍ରଦେଶ ର ରାଜ୍ୟ କରାଯ୍ୟକାରିଣୀ ବୈଠକ ବ୍ରହ୍ମପୁର ସ୍ଥିତ ଅଭିନନ୍ଦନ ମଣ୍ଡପ ସମ୍ମିଳନୀ କକ୍ଷରେ ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ମହାରଣା ଙ୍କ ଅଧକ୍ଷତା ରେ ଆରମ୍ଭ ହୋଇଛି।ଏହି କାର୍ଯ୍ୟକାରିଣୀ ବୈଠକ ଦୁଇଦିନ ମାର୍ଚ୍ଚ02 ଏବଂ 03 ମାର୍ଚ୍ଚ ) ଧରି ଚାଲିବ।ଏହି କାର୍ଯ୍ୟକାରିଣୀ ରେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଭି ସୁରେନ୍ଦ୍ରମ କାର୍ଯ୍ୟକାରିଣୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ନିଜର ଅଭିଭାଷଣରେ ରାଜ୍ୟର ସାମ୍ପ୍ରତିକ ଶ୍ରମିକ ସମସ୍ୟା, ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଶ୍ରମିକ ମାନଙ୍କ ପ୍ରତି ଆଭିମୁଖ୍ୟ ଓ ଭାରତୀୟ ମଜଦୁର ସଂଘ ଶ୍ରମିକ ମାନଙ୍କର ଉତ୍ଥାନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, କାର୍ଯ୍ୟକର୍ତା ମାନଙ୍କର ସମାଜ ପ୍ରତି ଉତ୍ତରଦାୟୀତ୍ୱ,ପର୍ଯ୍ୟାବରଣ ସୁରକ୍ଷା, ସ୍ବଦେଶୀ ବସ୍ତ୍ରର ବ୍ୟବହାର, ସାମାଜିକ ସମରସତ୍ତା, ନାଗରୀକ ମାନଙ୍କ କର୍ତ୍ତବ୍ୟ ଏବଂ ସମାଜ ଓ ପରିବାର ମଧରେ ସନ୍ତୁଳନ ଇତ୍ୟାଦି ବିଷୟ ଉପରେ ଆଲୋକପାତ କରିଥିଲେ।ରାଜ୍ୟ ସଭାପତି ବାଦଲ ମହାରଣା ଅଧକ୍ଷ ଭାଷଣ ପରିପ୍ରେକ୍ଷୀରେ BMS ର ସମସ୍ତ କାର୍ଯ୍ୟକର୍ତା ସଂଗଠନକୁ ପରିବାର ଭାବିବା ଆବଶ୍ୟକ ଯାହା ଦ୍ୱାରା ଭାରତୀୟ ମଜଦୁର ସଂଘ ଶ୍ରମିକ ମାନଙ୍କ ମହଲରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ୍ନ କରିପାରିବ।ଯେଉଁ ମନେ ନିଜର ନାର୍ଯ୍ୟ ଅଧିକାର ପାଇବାରୁ ବଞ୍ଚିତ ସେମାନଙ୍କ ନିକଟରେ ସଙ୍ଘଠନ ପହଁଚି ଶୋଷିତ, ପିଢ଼ିତ, ନିଶ୍ୱେସିତ ଶ୍ରମିକ ମାନଂକୁ ନ୍ୟାୟ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁ।ସଂଗଠିତ ହୋଇ ରହିଲେ ଶ୍ରମିକମାନେ ସବୁ କିଛି ହାସଲ କରିପାରିବେ।ଭାରତୀୟ ମଜଦୁର ସଂଘ ନିଜର ସାଙ୍ଗଠନିକ ଦକ୍ଷତା ଓ ସଂଗଠିତ ଆନ୍ଦୋଳନ ବଦଳରେ କର୍ମଚାରୀ ମାନଙ୍କୁ ନ୍ୟାୟ ପ୍ରଦାନ କରି ଆସୁଛନ୍ତି ବୋଲି ଶ୍ରୀ ମହାରଣା କହିଥିଲେ l ଓଡିଶା ଏକ ଖଣିଜ ସମ୍ପର୍ଣ୍ଣ ରାଜ୍ୟ ହୋଇଥିବା ବେଳେ ଭିତ୍ତିଭୂମି ବିକାଶ ଅଭାବ କାରଣରୁ ରାଜ୍ୟର ଅନେକ ଜ଼ିଲ୍ଲାର ଲୋକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଏହା ଓଡିଶା ପାଈଁ ଏକ କଳଙ୍କ।ରାଜନୈତିକ ହସ୍ତକ୍ଷେପ କାରଣରୁ ଓଡିଶା ର ବିଭିନ୍ନ ଖଣି,ଶିଳ୍ପ, ବିଦ୍ୟୁତ ବିତରଣ ଇତ୍ୟାଦି ରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳୁନାହିଁ, ଅଥଚ ବାହାର ରାଜ୍ୟର ଲୋକମାନଙ୍କୁ ନିଯୁକ୍ତି ର ସୁଯୋଗ ଦିଆଯାଉଛି।ରାଜ୍ୟରେ ଗୁଣ୍ଡାରାଜ, ମାଫିଆ ରାଜ ବୃଦ୍ଧି କାରଣରୁ ଓଡ଼ିଆ ଲୋକଙ୍କୁ ରୋଜଗାର ଦିଆଯାଉ ନାହିଁ l ନିରୀହ କର୍ମଚାରୀ ମାନଙ୍କୁ ୟୁନିଅନ କରିବାରୁ ବଂଚିତ କରାଯାଉଛି।ଓଡିଶା ସରକାରଙ୍କ ସ୍ପଷ୍ଟ ଶ୍ରମନୀତି ନ ଥିବା କାରଣରୁ ସ୍କିମ ୱର୍କ, ଆଉଟ ସୋର୍ସ କର୍ମଚାରୀ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।ସେମାନଙ୍କ ପାଈଁ ସ୍ପଷ୍ଠ ବେତନ ନୀତି ନାହିଁ।ସମାଜକୁ ସୁରକ୍ଷା ନାହିଁ ବରଂ ରାଜ୍ୟ ସରକାର ରାଜନୀତି ଫାଇଦାକୁ ଆକଳନ କରି ମାନ ବୃଦ୍ଧି ଘୋଷଣା କରୁଛନ୍ତି।ଗୋଟେ ପଟେ ଅଙ୍ଗନବାଡ଼ି ର ଆଂଶିକ ମାନଦେୟ ବୃଦ୍ଧି କରିଥିବା ବେଳେ ଆଶାକର୍ମୀ ମାନଙ୍କର ମାନଦେୟ ବୃଦ୍ଧି କରିବାରେ ବିଳମ୍ବ କରାଯାଉଛି।2018 ମସିହାରେ ସର୍ବ ନିମ୍ନ ମଜୁରୀ ବୃଦ୍ଧି ହୋଇଥିବା ବେଳେ ବର୍ତମାନ ରେ ସର୍ବ ନିମ୍ନ ମଜୁରୀ ବୃଦ୍ଧି ଘୋଷଣା ରେ ଜାଣିଶୁଣି ବିଳମ୍ବ କରାଯାଉଛି।ଯେଉଁଥିପାଇଁ କର୍ମଚାରୀ ମାନେ ନିରାଶ ହେଉଛନ୍ତି।କାର୍ଯ୍ୟକ୍ରମ ରେ ରାଜ୍ୟ ନେତୃତ୍ୱ ସହ ଜିଲ୍ଲାର ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାଶ୍ ବୈଠକରେ ପଦାଧିକାରୀ ଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ମଜଦୁର ସଂଘ ଓଡିଶା ପ୍ରଦେଶର ରାଜ୍ୟ କରାଯ୍ୟକାରିଣୀ ବୈଠକ ବ୍ରହ୍ମପୁର ସ୍ଥିତ ଅଭିନନ୍ଦନ ମଣ୍ଡପ ସମ୍ମିଳନୀ କକ୍ଷରେ ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ମହାରଣା ଙ୍କ ଅଧକ୍ଷତା ରେ ଆରମ୍ଭ ହୋଇଛି।ଏହି କାର୍ଯ୍ୟକାରିଣୀ ବୈଠକ ଦୁଇଦିନ ମାର୍ଚ୍ଚ ୦୨ ଏବଂ ୦୩ ମାର୍ଚ୍ଚ ) ଧରି ଚାଲିବ।ଏହି କାର୍ଯ୍ୟକାରିଣୀ ରେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଭି ସୁରେନ୍ଦ୍ରମ କାର୍ଯ୍ୟକାରିଣୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ନିଜର ଅଭିଭାଷଣରେ ରାଜ୍ୟର ସାମ୍ପ୍ରତିକ ଶ୍ରମିକ ସମସ୍ୟା, ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଶ୍ରମିକ ମାନଙ୍କ ପ୍ରତି ଆଭିମୁଖ୍ୟ ଓ ଭାରତୀୟ ମଜଦୁର ସଂଘ ଶ୍ରମିକ ମାନଙ୍କର ଉତ୍ଥାନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, କାର୍ଯ୍ୟକର୍ତା ମାନଙ୍କର ସମାଜ ପ୍ରତି ଉତ୍ତରଦାୟୀତ୍ୱ,ପର୍ଯ୍ୟାବରଣ ସୁରକ୍ଷା, ସ୍ବଦେଶୀ ବସ୍ତ୍ରର ବ୍ୟବହାର, ସାମାଜିକ ସମରସତ୍ତା, ନାଗରୀକ ମାନଙ୍କ କର୍ତ୍ତବ୍ୟ ଏବଂ ସମାଜ ଓ ପରିବାର ମଧରେ ସନ୍ତୁଳନ ଇତ୍ୟାଦି ବିଷୟ ଉପରେ ଆଲୋକପାତ କରିଥିଲେ।ରାଜ୍ୟ ସଭାପତି ବାଦଲ ମହାରଣା ଅଧକ୍ଷ ଭାଷଣ ପରିପ୍ରେକ୍ଷୀରେ BMS ର ସମସ୍ତ କାର୍ଯ୍ୟକର୍ତା ସଂଗଠନକୁ ପରିବାର ଭାବିବା ଆବଶ୍ୟକ ଯାହା ଦ୍ୱାରା ଭାରତୀୟ ମଜଦୁର ସଂଘ ଶ୍ରମିକ ମାନଙ୍କ ମହଲରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ୍ନ କରିପାରିବ।ଯେଉଁ ମନେ ନିଜର ନାର୍ଯ୍ୟ ଅଧିକାର ପାଇବାରୁ ବଞ୍ଚିତ ସେମାନଙ୍କ ନିକଟରେ ସଙ୍ଘଠନ ପହଁଚି ଶୋଷିତ, ପିଢ଼ିତ, ନିଶ୍ୱେସିତ ଶ୍ରମିକ ମାନଂକୁ ନ୍ୟାୟ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁ।ସଂଗଠିତ ହୋଇ ରହିଲେ ଶ୍ରମିକମାନେ ସବୁ କିଛି ହାସଲ କରିପାରିବେ।ଭାରତୀୟ ମଜଦୁର ସଂଘ ନିଜର ସାଙ୍ଗଠନିକ ଦକ୍ଷତା ଓ ସଂଗଠିତ ଆନ୍ଦୋଳନ ବଦଳରେ କର୍ମଚାରୀ ମାନଙ୍କୁ ନ୍ୟାୟ ପ୍ରଦାନ କରି ଆସୁଛନ୍ତି ବୋଲି ଶ୍ରୀ ମହାରଣା କହିଥିଲେ l ଓଡିଶା ଏକ ଖଣିଜ ସମ୍ପର୍ଣ୍ଣ ରାଜ୍ୟ ହୋଇଥିବା ବେଳେ ଭିତ୍ତିଭୂମି ବିକାଶ ଅଭାବ କାରଣରୁ ରାଜ୍ୟର ଅନେକ ଜ଼ିଲ୍ଲାର ଲୋକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଏହା ଓଡିଶା ପାଈଁ ଏକ କଳଙ୍କ।ରାଜନୈତିକ ହସ୍ତକ୍ଷେପ କାରଣରୁ ଓଡିଶା ର ବିଭିନ୍ନ ଖଣି,ଶିଳ୍ପ, ବିଦ୍ୟୁତ ବିତରଣ ଇତ୍ୟାଦି ରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳୁନାହିଁ, ଅଥଚ ବାହାର ରାଜ୍ୟର ଲୋକମାନଙ୍କୁ ନିଯୁକ୍ତି ର ସୁଯୋଗ ଦିଆଯାଉଛି।ରାଜ୍ୟରେ ଗୁଣ୍ଡାରାଜ, ମାଫିଆ ରାଜ ବୃଦ୍ଧି କାରଣରୁ ଓଡ଼ିଆ ଲୋକଙ୍କୁ ରୋଜଗାର ଦିଆଯାଉ ନାହିଁ l ନିରୀହ କର୍ମଚାରୀ ମାନଙ୍କୁ ୟୁନିଅନ କରିବାରୁ ବଂଚିତ କରାଯାଉଛି।ଓଡିଶା ସରକାରଙ୍କ ସ୍ପଷ୍ଟ ଶ୍ରମନୀତି ନ ଥିବା କାରଣରୁ ସ୍କିମ ୱର୍କ, ଆଉଟ ସୋର୍ସ କର୍ମଚାରୀ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।ସେମାନଙ୍କ ପାଈଁ ସ୍ପଷ୍ଠ ବେତନ ନୀତି ନାହିଁ।ସମାଜକୁ ସୁରକ୍ଷା ନାହିଁ ବରଂ ରାଜ୍ୟ ସରକାର ରାଜନୀତି ଫାଇଦାକୁ ଆକଳନ କରି ମାନ ବୃଦ୍ଧି ଘୋଷଣା କରୁଛନ୍ତି।ଗୋଟେ ପଟେ ଅଙ୍ଗନବାଡ଼ି ର ଆଂଶିକ ମାନଦେୟ ବୃଦ୍ଧି କରିଥିବା ବେଳେ ଆଶାକର୍ମୀ ମାନଙ୍କର ମାନଦେୟ ବୃଦ୍ଧି କରିବାରେ ବିଳମ୍ବ କରାଯାଉଛି।୨୦୧୮ ମସିହାରେ ସର୍ବ ନିମ୍ନ ମଜୁରୀ ବୃଦ୍ଧି ହୋଇଥିବା ବେଳେ ବର୍ତମାନ ରେ ସର୍ବ ନିମ୍ନ ମଜୁରୀ ବୃଦ୍ଧି ଘୋଷଣା ରେ ଜାଣିଶୁଣି ବିଳମ୍ବ କରାଯାଉଛି।ଯେଉଁଥିପାଇଁ କର୍ମଚାରୀ ମାନେ ନିରାଶ ହେଉଛନ୍ତି।କାର୍ଯ୍ୟକ୍ରମ ରେ ରାଜ୍ୟ ନେତୃତ୍ୱ ସହ ଜିଲ୍ଲାର ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାଶ୍ ବୈଠକରେ ପଦାଧିକାରୀ ଙ୍କୁ ସ୍ୱାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ