ବ୍ରହ୍ମପୁର ଆଇଜର ଭିତ୍ତିଭୂମିର ଅଗ୍ରଗତି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଆଇଜର (ଇଣ୍ଡିଆନ୍ ଇନଷ୍ଟିଟ୍ୟୁ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ) କନିଷି ଠାରେ ନିର୍ମାଣ ହେବାକୁ ଥିବା ନିଜସ୍ୱ କୋଠାର ଭିତ୍ତିଭୂମି ଏବଂ ବ୍ରହ୍ମପୁର ଆଇଟିଆ ପରିସରରେ ଆଇଜରର ଅସ୍ଥାୟୀ କ୍ୟାମ୍ପସ୍ର ବିଭିନ୍ନ ସମସ୍ୟା ସଂପର୍କିତ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । କନିଷି ଠାରେ ୨୦୦ ଏକର ଜମିରେ ବ୍ରହ୍ମପୁର ଆଇଜରର ସ୍ଥାୟୀ କୋଠା ନିର୍ମାଣ କାର୍ଯ୍ୟର ଭିତ୍ତିଭୂମି ସଂକ୍ରାନ୍ତରେ ତୃତୀୟ ବ୍ୟକ୍ତି ଯାହାଙ୍କ ପାଖରେ ବାଜି ଲଗା ଅର୍ଥ ଜମା ସ୍ୱରୂପ ରଖାଯାଏ(ଷ୍ଟେକ ହୋଲଡର)ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । କୋଠାର ନିର୍ମାଣୀଧୀନ କାର୍ଯ୍ୟର ପର୍ଯ୍ୟାୟ କ୍ରମେ ଅନୁଦାନ ପାସ୍ କରାଯିବ । ଆସନ୍ତା ୨ ବର୍ଷ ମଧ୍ୟରେ କୋଠାର ସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରହିଛି । ବିଦ୍ୟୁତ୍,ପାନୀୟ ଜଳ, ଆପ୍ରୋଚ୍ ରୋଡ୍ ସହ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲା । ବ୍ରହ୍ମପୁର ଆଇଟିଆଇ ପରିସରରେ ଆଇଜରର ଅସ୍ଥାୟୀ କ୍ୟାମ୍ପସ୍ ୨୦୧୬ ମସିହା ଠାରୁ କାର୍ଯ୍ୟକାରୀ ହୋଇଛି । ଏହି କ୍ୟାମ୍ପସ୍ ପରିଚାଳନାକୁ ନେଇ ରହୁଥିବା କେତକ ସମସ୍ୟାକୁ ନେଇ ଆଇଜର ନିର୍ଦ୍ଦେଶକ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଇଟିଆଇ ପରିସରରେ ହସ୍ତାନ୍ତର ହୋଇଥିବା କୋଠାର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଫ୍ଲୋରରେ ଆଇଜରର ଅସ୍ଥାୟୀ କ୍ୟାମ୍ପସ୍ ଚାଲିଛି । ୨୫୦ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀଙ୍କ ସମେତ ୪୦୦ ଜଣ ପାଇଁ ଆବଶ୍ୟକ ଅନୁସାରେ ଜାଗା, ପାନୀୟ ଜଳର ବ୍ୟବସ୍ଥା ହୋଇ ପାରୁନାହିଁ । ଦୈନିକ ୨୫ ହଜାର ଲିଟର ଜଳର ଆବଶ୍ୟକ ରହୁଛି । ଜନସ୍ୱାସ୍ଥ୍ୟ ବିଭାଗ ଯେତେ ପରିମାଣର ଜଳ ଯୋଗାଣ କରୁଛନ୍ତି ବାକି ଜଳକୁ ବାହାରୁ କିଣିବାକୁ ପଡୁଛି । ଛାତ୍ରଛାତ୍ରୀଙ୍କ ପାଠପଢା ସହ ବିଭିନ୍ ଲେବ୍ରୋଟାରୀ କାର୍ଯ୍ୟ ଚାଲିଛି । ଏଥିପାଇଁ ଜାଗା କମ୍ ପଡୁଛି । ଏଣୁ କୋଠାର ପ୍ରଥମ ଫ୍ଲୋର ଏବଂ ଗ୍ରାଉଣ୍ଡ୍ ଫ୍ଲୋର ଆବଶ୍ୟକ ପଡୁଛି । ଏନେଇ ଓଡିଶା ମୁଖ୍ୟ ଶାସନ ସଚିବ କୋଠାର ପ୍ରଥମ ଏବଂ ଚଟାଣ ଫ୍ଲୋରକୁ ଆଇଜରକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଇଟିଆଇର ଏହି ଦୁଇଟି ଗୃହରେ ରହିଥିବା ସମସ୍ତ ସାମଗ୍ରୀ ନେବାଆଣିବା କରିବା ବାବାଦରେ ଆଇଜର ୬୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହା ସତ୍ୱେ ମଧ୍ୟ ଉକ୍ତ ଗୃହ ଗୁଡିକୁ ହସ୍ତାନ୍ତର କରାଯାଉ ନାହିଁ ବୋଲି ଆଇଜର ନିର୍ଦ୍ଦେଶକ ପ୍ରଫେସର କେ.ଭି.ଚାରୀ ଜିଲ୍ଲାପାଳଙ୍କ ଠାରେ କହିଥିଲେ । ଅନ୍ୟପକ୍ଷରେ ଆଇଟିଆଇ ପ୍ରିନ୍ସପାଲ୍ ଆଇଜର ଯେତେ ପ୍ରକାର ବୈଜ୍ଞାନିକଶୈଳୀରେ କାର୍ଯ୍ୟ କରୁଛନ୍ତି । ପରିସରରେ ଆଇଜରର ଛାତ୍ରଛାତ୍ରୀଙ୍କ ସହ ଆଇଟିଆଇର ଛାତ୍ରଛାତ୍ରୀ ମଧ୍ୟ ତାଲିମ ଗ୍ରହଣ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ହସ୍ତକ୍ଷେପ କରି ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ରାଜସ୍ୱ ଅଧିକାରୀ ଡ.ଦିବ୍ୟଲୋଚନ ମହନ୍ତଙ୍କ ସମତେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ