ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଆଜି ରାଜ୍ୟରେ ପ୍ଲାଜମା ଥେରାପିକୁ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ପୁଣି ଦୁଇଟି ପ୍ଲାଜମା ବ୍ୟାଙ୍କ ଆରମ୍ଭ ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବ୍ରହ୍ମପୁର ଏମ୍‌କେସିଜି ଓ ବୁର୍ଲାର ଭିମ୍‌ସାରରେ ପ୍ଲାଜମା ବ୍ୟାଙ୍କକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ପ୍ଲାଜମା ଦାନ ଲାଗି କରୋନାରୁ ସୁସ୍ଥ ହୋଇଥିବା ସମସ୍ତଙ୍କୁ ଆହ୍ନାନ କରିଛନ୍ତି।ଏହି ଦୁଇଟି ପ୍ଲାଜମା ବ୍ୟାଙ୍କକୁ ମିଶାଇଲେ ରାଜ୍ୟରେ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଏଥିପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଥିଲା। ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ ହେବା ପରେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ଅଧିକ ସଂଖ୍ୟାରେ ରୋଗି ପ୍ଲାଜମା ଥେରାପିର ସୁବିଧା ଲାଭ କରି ପାରିବେ। ଏଥିସହ ସମଗ୍ର ଦକ୍ଷିଣ ଓଡ଼ିଶାର ରୋଗୀ ଉପକୃତ ହେବେ ବୋଲି ଆଶା କରାଯାଉଛି।ରାଜ୍ୟରେ ଗୁରୁତର କୋଭିଡ଼ ରୋଗୀଙ୍କ ସଫଳ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ପ୍ଲାଜମା ଥେରାପି ଆପଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକଟି ଜୀବନକୁ ମୂଲ୍ୟବାନ ମନେକରି ରାଜ୍ୟରେ ଗୁରୁତର ହେଉଥିବା କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ରକ୍ତ ଭଣ୍ଡାରରେ ଗୁରୁତର କୋଭିଡ଼ ରୋଗୀଙ୍କୁ ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କର ଶୁଭ ଉଦଘାଟନ ଭିଡିଓ କନଫରେନ୍ସିଂ ଜରିଆରେ କରିଛନ୍ତି । ଆଜିର ଏହି ଅବସରରେ ପ୍ରଥମ ପ୍ଲାଜମା ଦାତା ଭାବେ କୋଭିଡ଼ ଯୋଦ୍ଧା ଶୁଭ୍ରାଂଶୁ ମୋହନ ସାହୁ ଏବଂ କୋଭିଡ଼ ବନ୍ଧୁ ଗ୍ରୁପର ସଦସ୍ୟ ତୁଷାର ରଞ୍ଜନ ପରିଡ଼ା । ଗୋସେବା ସଂଗଠନ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଯାଇଛି । ସେମାନଙ୍କ ଏହି ସେବା ମନୋଭାବ ଅନ୍ୟମାନଙ୍କୁ ପ୍ଲାଜମା ଦାନ କରିବାକୁ ନିଶ୍ଚିତ ଭାବରେ ଉତ୍ସାହିତ କରିବ ଅନ୍ୟପକ୍ଷରେ ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କ ହେବା ଫଳରେ ପଶ୍ଚିମ ଓଡ଼ିଶାର କରୋନା ଆକ୍ରାନ୍ତ ପ୍ଲାଜମା ଥେରାପିର ସୁଯୋଗ ଲାଭ କରିପାରିବେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ୫ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଏବଂ ଏମ୍‌କେସିଜି ଓ ଭିମ୍‌ସାରର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ରାଜ୍ୟରେ ଏବଯାତ ୧୦୦ଜଣ ପ୍ଲାଜମା ଥେରାପିରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୫୮ଜଣ ଚିକିତ୍ସାଧୀନ ଅଛନ୍ତି। ଏହି ଅବସରରେ ଏମ୍‌କେସିଜିରେ ପ୍ରଥମ ପ୍ଲାଜମା ଦାନ କରିଥିବା ଡାକ୍ତର ଶୁଭ୍ରାଂଶୁ ମୋହନ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର କୋଭିଡ ସହ ଲଢ଼େଇର ଅନୁଭୂତି ଶୁଣାଇ ଥିଲେ। ସୁସ୍ଥ ହେବାର ୧ମାସ ପରେ ଡା. ସାହୁ ବୁଧବାର ପ୍ଲାଜମା ଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ