ବ୍ରହ୍ମପୁର କଳାକାର ଏକତା ମଂଚର ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ସହରର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ନାଟ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନର ମିଳିତ ସମାରୋହରେ ଗଠିତ “ବ୍ରହ୍ମପୁର କଳାକାର ଏକତା ମଂଚ”ର ନୂତନ କର୍ମକର୍ତ୍ତା ଚୟନ ବ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର ପରିସରରେ ସଂଘ ସଭାପତି ଅନିଲ ପାତ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଂଘର ନୂତନ ସଭାପତି ଭାବେ ଭବାନୀ ଶଙ୍କର ମିଶ୍ର, ଉପସଭାପତି ଭାବେ ରାଜଗୋପାଳ ପାଢ଼ୀ, ସମ୍ପାଦକ ଡ଼. ମିହୀର କୁମାର ତ୍ରିପାଠୀ, ସହ-ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, କୋଷାଧକ୍ଷ ଭାବେ ସତ୍ୟ ମହାରଣାଙ୍କୁ ଚୟନ କରାଯାଇଥିବା ବେଳେ ସଂଘର ଉପଦେଷ୍ଟା ଭାବେ ଅନିଲ କୁମାର ପାତ୍ର, ରମେଶ ମହାରଣା, ମଦନ ମିଶ୍ର, ଇଂ. ରାମବାବୁ, ମେଜର ରମା ରମଣ ପାଢ଼ୀଙ୍କୁ ଚୟନ କରାଯାଇଥିବା ବେଳେ କିରଣବାଳା ମିଶ୍ର, ଡା.ତିରୁପତି ସାହୁ ଏବଂ ଲିଙ୍ଗରାଜ ନାହାକଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ମହାରଣା, ରବୀନ୍ଦ୍ର କୁମାର ନାୟକ, କୃଷ୍ଣଚନ୍ଦ୍ର ପଣ୍ଡା ଓ ସୁନୀଲ କୁମାର ସ୍ୱାଇଁ ପ୍ରମୂଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ