ବ୍ରହ୍ମପୁର ଖବର କାଗଜ ବିତରକ ସଙ୍ଘ ପାଇଁ ସାମୟିକ ଆଶ୍ରୟ ସ୍ତଳୀ ନିମନ୍ତେ ଜିଲ୍ଲାପାଳ ଙ୍କୁ ଗୁହାରି
ଛତ୍ରପୁର, (ଦେବଦତ୍ତ ମହାରଣା) :-ବ୍ରହ୍ମପୁର ଠାରେ ଖବର କାଗଜ ବିତରକ ମାନଙ୍କ ସୁବିଧା ନିମନ୍ତେ ଏକ ସ୍ଥାୟୀ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି l ବ୍ରହ୍ମପୁର ର ଅନ୍ୟୁନ 300 ଜଣ ଖବର କାଗଜ ବିକ୍ରେତା ବ୍ରହ୍ମପୁର ଟାଟାବେଞ୍ଜ ଛକ ନିକଟସ୍ଥ ଗିରିରୋଡ଼ ରାସ୍ତା କଡ଼ରେ ଅସୁରକ୍ଷିତ ଭାବେ ସମସ୍ତ ଛାପା ଗଣ ମାଧ୍ୟମ ସଂସ୍ଥାର ନ୍ୟୂଜ ପେପର ସଂଗ୍ରହ କରିବା ସହ ତାକୁ ବିଡା ବାନ୍ଧି ନିଜ ନିଜ ସାଇକେଲ ଓ ଦୁଇ ଚକିଆରେ ଲୋଡ଼ କରି ସହର ବୁଲି ବିତରଣ କରୁଛନ୍ତି l ଯାହା ଦ୍ୱାରା ସେମାନେ ବହୁ ଛୋଟ ବଡ଼ ଦୁର୍ଘଟଣା ର ଶିକାର ହେବାକୁ ପଡୁଥିବା ଏହି ସ୍ମାରକ ପତ୍ର ରେ ଦର୍ଶାଇଛନ୍ତି l ସେହିପରି ବର୍ଷାଦିନେ ସେମାନେ ବିପଦ ସଂକୁଳ ଭାବେ କାର୍ଯ୍ୟ କରୁଥିବା ମଧ୍ୟ ସେମାନେ କହିଛନ୍ତି l ଏଣୁ ସେମାନଙ୍କ ପାଇଁ ବର୍ତ୍ତମାନ ଓଭର ବ୍ରିଜ ତଳେ ପେପର ସଂଗ୍ରହ କରି ବିକ୍ରି କରିବା ସହ ଏକ ସ୍ଥାୟୀ ଆଶ୍ରୟ ସ୍ତଳୀ ର ବ୍ୟବସ୍ତା କରିବା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବ୍ରହ୍ମପୁର ନ୍ୟୂଜ ପେପର ହକର୍ଷ ଆସୋସିଏସନ ର ସଭାପତି ହରି କୃଷ୍ଣ ପାଢ଼ୀ, ସମ୍ପାଦକ ପୁର୍ଣ ଚନ୍ଦ୍ର ଦୋରା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l


