ବ୍ରହ୍ମପୁର ଗୋଇଲୁଣ୍ଡି ନିକଟସ୍ଥ ଶାନ୍ତି ନଗର ଠାରେ ଏକ ଗାଈର ଗର୍ଭାଶୟ ବାହାରକୁ ଖସି ଥିବାର ଦେଖିବାକୁ ମିଳିଛି

ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ଗାଈ ମାଲିକମାନଙ୍କୁ ଯେତେ ସଚେତନତା କଲେ ମଧ୍ୟ ଗାଈ ମାଲିକମାନେ ଗଟେ କାନରେ ଶୁଣି ଅନ୍ୟ ଏକ କାନରେ ଛାଡ଼ି ଦିଅନ୍ତି । ସହରର ସମସ୍ୟା ମଧ୍ୟରେ ରାସ୍ତାରେ ବୁଲୁଥିବା ବୁଲା ଗାଈଗୋରୁଙ୍କ ସମସ୍ୟା ସବୁଠାରୁ ଅଧିକ । କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ଅନାବନା ଖାଦ୍ୟ ଖାଇ ମୃତ୍ୟୁ ମୁଖରେ ପଡିଥାନ୍ତି । କିନ୍ତୁ ଆଜି ଏକ ଭିନ୍ନ ଧରଣର ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ଗୋଇଲୁଣ୍ଡି ନିକଟସ୍ଥ ଶାନ୍ତି ନଗର ଠାରେ ଏକ ଗାଈର ଗର୍ଭାଶୟ ବାହାରକୁ ଖସି ଥିବାର ଦେଖି ସାମ୍ବାଦିକ ବିଶ୍ଵନାଥ ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଏହାକୁ ଅତି ଗମ୍ଭୀରତା ସହ ନେଇ ଶ୍ରୀ ଚୌଧୁରୀ ପଶୁ ଚିକିତ୍ସାଳୟର ଡକ୍ଟର କିରଣ ବିଶୋୟଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଶୁ ଚିକିତ୍ସାଳୟର କର୍ମଚାରୀ ପାଣ୍ଡବ ବେହେରା ଏବଂ ତାଙ୍କ ସହଯୋଗୀ ଗୋବିନ୍ଦ ଚନ୍ଦ୍ର ପାତ୍ର ଘଟଣା ସ୍ଥଳେ ପହଞ୍ଚି ଉକ୍ତ ଗାଈଟିର ଚିକିତ୍ସା କରିଥିଲେ । ଏହି ମହତ୍ କାର‌୍ୟ୍ୟରେ ସ୍ବେଚ୍ଛାସେବୀ ପପୁନ ବାଲଯୋଗୀ, ସିପୁନ ବାଲଯୋଗୀ, ଅମ୍ବିକା ପ୍ରସାଦ ମହାପାତ୍ର, ବଳରାମ ଗୌଡ, ଶେଖର ସୁମନ ମାଝୀ, ରାକେଶ ଗୌଡ, ସୁମିତ୍ କୁମାର ପଣ୍ଡା, ସନ୍ତୋଷୀ ବେହେରା, ଉମାକାନ୍ତ ପଣ୍ଡା, ହୂର୍ଶିକେଶ ପଣ୍ଡା, ଅର୍ଜୁନ ଘଡ଼ାଇଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ସହଯୋଗ କରିଥିଲେ । ଏଭଳି କାର‌୍ୟ୍ୟକୁ ସାଧାରଣରେ ଉଛ ପ୍ରଶଂସା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ