ବ୍ରହ୍ମପୁର ଜୁଭେନାଇଲ୍ ହୋମ୍‌ରୁ ୭ ବାଳଅପରାଧି ଚମ୍ପଟ

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): ବ୍ରହ୍ମପୁରମଣ୍ଡଳ କାରାଗାର ନିକଟସ୍ଥ ଜୁଭେନାଲ୍ ହୋମ୍‌ରୁ ଆଜି ୭ ଜଣ ବାଳଅପରାଧି ଗେଟ୍ ଜଗୁଆଳକୁ ମାଡ଼ ମାରି ଚମ୍ପଟ ମାରିଛନ୍ତି । ବିଭିନ୍ନ ଅପରାଧି ମାମଲାରେ ଜଡ଼ିତ ଥିବା ବହୁ ନାବାଳକଙ୍କୁ ଅଟକ ରଖାଯାଇଥିବା ଜୁଭେନାଲ୍‌ ହୋମ୍‌ରେ ଅଚାନକ ୭ ଜଣ ଅନ୍ତେବାସୀ ଏକାଠି ହୋଇ ଗେଟ୍‌ ନିକଟକୁ ଯାଇଥିଲେ ଓ ସେଠାରେ ଗେଟ୍‌ କିପରଙ୍କୁ ମାଡ଼ ମାରି ଗେଟ୍‌ ଚାବି ନେଇଥିବା ଅଭିଯୋଗ ହୋଇଥିବା ବେଳେ ପରେ ସେମାନେ ସେହି ଚାବିରେ ଗେଟ୍‌ ଖୋଲି ଚମ୍ପଟ ମାରିଥିବା ଜଣାପଡ଼ିଛି । ଚମ୍ପଟ ଅପରାଧୀ ମାନେ ବିଭିନ୍ନ ସଙ୍ଗୀନ ମାମଲା ତଥା ହତ୍ୟା, ଦୁଷ୍କର୍ମ ଭଳି ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏନେଇ ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେସୁଦ୍ଧା କାହାର ପତ୍ତା ପାଇ ପାରିନି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ