ବ୍ରହ୍ମପୁର ଟିକେଟକୁ ନେଇ ରାଜନୀତି ସରଗରମ

ଆସନ୍ତା ୨୦୧୯ ନିର୍ବାଚନ । ତାରିଖ ଘୋଷଣା ହେବା ପରେ କାହାକୁ ଟିକେଟ ମିଳିବ କାହାକୁ ଟିକେଟ ମିଳିବ ନାହିଁ ତାହାକୁ ନେଇ ଜୋରଦାର ରାଜନୀତି କସରତ ଆରମ୍ଭ ହୋଇଯାଇଛି । ରାଜ୍ୟରେ କୈାଣସି ଦଳ ପାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ଏହା ପୂର୍ବରୁ ବ୍ରହ୍ମପୁର ବେଶ ଚଳଚଞ୍ଚଳ ଓ ରାଜନୀତି ସରଗରମ ହୋଇଛି । ବ୍ରହ୍ମପୁର ବିଜେଡିର ଟାଣୁଆ ନେତା ଓ ବିଧ।।ୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ଏହି ଚର୍ଚ୍ଚାକୁ ନେଇ ରମେଶଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଭାଳେଣୀ ପଡିଥିବା ବେଳେ ରମେଶଙ୍କୁ କାହିଁକି ଟିକେଟ ମିଳିବ ନାହିଁ ବୋଲି ସିଦ୍ଧାନ୍ତ ମହାପାତ୍ର ପ୍ରଶ୍ନ କରିଛନ୍ତି । ଚ୍ୟାଉପଟ୍ଟନାୟକ ବିଧାୟକ ଭାବେ ୧୯୯୫ ମସହା ଠାରୁ ଲଗାତାର ୨୦୧୯ ପର୍ଯ୍ୟନ୍ତ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ମଧ୍ୟ କାହିଁକି ରମେଶଙ୍କୁ ଟିକେଟ ଦିଆଯିବନି ବୋଲି ସିଦ୍ଧାନ୍ତ ପ୍ରଶ୍ନ କରିଛନ୍ତି । ଏହା ସହ କହିଛନ୍ତି ତାଙ୍କ ସମର୍ଥ କରିବାକୁ ଜନତା ଦୃଢ ଅଛନ୍ତି । ରମେଶଙ୍କୁ ଟିକେଟ ନଦେଲେ ଅନ୍ୟ ଦଳରେ ସେ ପ୍ରବେଶ କରି ଲଢିବେ ବୋଲି ସିଦ୍ଦାନ୍ତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ