ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଛି ହନୁମାନ ବେଶ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ) : ମାଁ ବୁଢୀ ସାଆନ୍ତାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ସିଲ୍କ ସିଟି ବ୍ରହ୍ମପୁର । ଶନିବାର ଦିନ ମାଁଙ୍କ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି ୧୦୮ ହନୁମାନ । ପୂର୍ବରୁ ମାନସୀକ ଧାରୀ ମାନେ ବାଘବେଶ ,ଡାହାଣୀ ବେଶ , କୃର୍ଷ୍ଣବେଶ ,ରାଧାବେଶ , ରାମବେଶ ଆଦି ପୂର୍ବରୁ ହୋଇଥିବା ବେଳେ ଆଜି ମାଁଙ୍କ ଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଗାନ୍ଧୀ ନଗର ସପ୍ତମ ଲାଇନରୁ ଆଜି ବାହାରିଛନ୍ତି ୧୦୮ ହନୁମାନ ବେଶଧାରୀ । ବେଶଧାରୀ ମାନେ ମାଁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ସହର ସାରା ପରିକ୍ରମା କରିଛନ୍ତି । ମାଁଙ୍କର ଏହି ଯାତ୍ରା ପ୍ରତି ଦୁଇବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁୂ ରାଜ୍ୟ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।